ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଅଷ୍ଟ୍ରେଲୀୟ ପୂର୍ବତନ ଅଧିନାୟକ ଟିମ୍ ପେନ୍ ଭାରତୀୟ ଦଳର କୋଚ୍ ଗୌତମ ଗମ୍ଭୀରଙ୍କ କୋଚିଂକୁ ସମାଲୋଚନା କରିଛନ୍ତି।
ତେବେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୨୨ରୁ ପର୍ଥରେ ଖେଳାଯିବ। ଏହା ପୂର୍ବରୁ ପେନ୍ ଆହୁରି ମଧ୍ଯ କହିଛନ୍ତି ଯେ ପଣ୍ଟିଙ୍ଗ କେବଳ ଏକ ସାଧାରଣ ପ୍ରଶ୍ନ ପଚାରିଥିଲେ। ଗମ୍ଭୀର ବୋଧହୁଏ ପଣ୍ଟିଙ୍ଗଙ୍କୁ ବର୍ତ୍ତମାନ ଯାଏଁ ନିଜ ବିପକ୍ଷରେ ଜଣେ ଖେଳାଳି ଭାବେ ଦେଖୁଛନ୍ତି। କିନ୍ତୁ ପଣ୍ଟିଙ୍ଗ ବର୍ତ୍ତମାନ ଜଣେ ସମୀକ୍ଷକ ଓ ତାଙ୍କୁ ତାଙ୍କ କାର୍ଯ୍ୟ ପାଇଁ ଦରମା ମଧ୍ଯ ଦିଆଯାଉଛି।
ତେବେ ଗଣମାଧ୍ୟମ ସହ ଗମ୍ଭୀରଙ୍କ ବାର୍ତ୍ତାଳାପ ପରେ ପେନଙ୍କ ଏହି ପ୍ରତିକ୍ରିୟା ଆସିଛି ଯେଉଁଥିରେ କି ବିରାଟ କୋହଲିଙ୍କ ଖରାପ ଫର୍ମ ଉପରେ ରିକି ପଣ୍ଟିଙ୍ଗ ନିଜର ମନ୍ତବ୍ଯ ଦେଇଥିଲେ। ଏହା ପରେ ଗମ୍ଭୀର କହିଥିଲେ ଯେ ଭାରତୀୟ କ୍ରିକେଟ୍ ପାଇଁ ଅଷ୍ଟ୍ରେଲୀୟ ଖେଳାଳିଙ୍କର ଚିନ୍ତା କରିବା ଆବଶ୍ୟକତା ନାହିଁ। ତେବେ ଗମ୍ଭୀରଙ୍କ ଏହି ବ୍ୟବହାରକୁ ପେନ୍ ପସନ୍ଦ କରିନଥିଲେ।