ନୂଆଦିଲ୍ଲୀ: ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ ଏବେ ପ୍ରଶଂସକମାନଙ୍କୁ ‘ଦିଲ-ଲୁମିନିଟି ଟୁର୍’ ଜରିଆରେ ମନୋରଞ୍ଜନ କରୁଛନ୍ତି। ତାଙ୍କ ଶୋ’ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମୁଛି। ଆଜିକାଲି ସେ ତାଙ୍କ ସୋ ଅପେକ୍ଷା ଆଇନଗତ ନୋଟିସ୍ ପାଇଁ ଅଧିକ ଚର୍ଚ୍ଚାରେ ରହିଛନ୍ତି।
ନଭେମ୍ବର ୧୭ରେ ଗୁଜରାଟରେ ଦିଲଜିତଙ୍କ ଏକ ଶୋ’ ଚାଲିଥିଲା। ଏହା ଏକ ଡ୍ରାଏ ଷ୍ଟେଟ୍ ଥିବାରୁ ମଦ ସମ୍ପର୍କିତ କୌଣସି ଗୀତ ଗାଇ ନଥିଲେ। ଏହି ଅବସରରେ ଅନ୍ୟ ରାଜ୍ୟକୁ ଚ୍ୟାଲେଞ୍ଜ କରି କହିଥିଲେ, ଯଦି ସେମାନେ ନିଜ ରାଜ୍ୟରେ ମଦ ଦୋକାନ ବନ୍ଦ କରିଦେବେ ତେବେ ମୁଁ ଡ୍ରଗ୍ସ, ହିଂସା ଏବଂ ମଦ୍ୟପାନକୁ ପ୍ରୋତ୍ସାହିତ କଲା ଭଳି ଗୀତ ଗାଇବା ବନ୍ଦ କରିଦେବି।
ସରକାରଙ୍କୁ ଚ୍ୟାଲେଞ୍ଜ କରି ସେ କହିଛନ୍ତି, ‘ମୁଁ ସେହି ଗୀତ ଗାଇବାକୁ ଯାଉନାହିଁ। ଆଜି ବି ମୁଁ ଗୀତ ଗାଇବି ନାହିଁ, ଟେନସନ ନାହିଁ। ମୁଁ ନିଜେ ମଦ୍ୟପାନ କରେ ନାହିଁ, କିନ୍ତୁ ବଲିଉଡ ତାରକା ଯେଉଁମାନେ ମଦ୍ୟପାନର ବିଜ୍ଞାପନ କରନ୍ତି। ଦିଲଜିତ ଦୋସାଞ୍ଜ ଏହା କରେ ନାହିଁ। ମୁଁ ଯେଉଁଆଡ଼େ ଯାଏ, ମୁଁ ମୋର ନୀରବ କନସର୍ଟ କରେ।’
ଉଲ୍ଲେଖଯୋଗ୍ୟ, ଡ୍ରଗ୍ସ, ହିଂସା ଏବଂ ମଦ୍ୟପାନକୁ ପ୍ରୋତ୍ସାହିତ କରୁଥିବା ଗୀତଗୁଡ଼ିକ ଗାଇବାକୁ ଅନୁମତି ଦିଆଯିବ ନାହିଁ ବୋଲି ତାଙ୍କୁ ନୋଟିସ ପଠାଇଥିଲେ ତେଲେଙ୍ଗାନା ସରକାର।