Latest Odisha News

ମସ୍କଙ୍କ ସାହାଯ୍ୟରେ ମହାକାଶକୁ ଗଲା ଭାରତୀୟ ସାଟେଲାଇଟ

ନୂଆଦିଲ୍ଲୀ: ଇସ୍ରୋ ନେଲା ମସ୍କଙ୍କ ସାହାଯ୍ୟ । ମସ୍କଙ୍କ ସାହଯ୍ୟରେ ମହାକାଶକୁ ଗଲା ଭାରତୀୟ ସାଟେଲାଇଟ । ମଙ୍ଗଳବାର ଦିନ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ ଇସ୍ରୋ ପକ୍ଷରୁ ଜିସାଟ୍-୨୦ ସାଟେଲାଇଟ ଉତକ୍ଷେପଣ କରାଯାଇଛି । ଏଲନମସ୍କଙ୍କ ସ୍ପେସ୍ ଏକ୍ସ କମ୍ପାନୀ ସହାୟତାରେ ଫ୍ଲୋରିଡାର କେପ୍ କାନାଭେରାଲରୁ ସ୍ପେସ୍ଏକ୍ସର ଫାଲକନ୍ ୯, ଇସ୍ରୋର ଜିସାଟ୍ ୨୦ କମ୍ୟୁନିକେସନ ସେଟେଲାଇଟରୁ ସଫଳ ଉତକ୍ଷେପଣ କରିଥିଲା ।

ତେବେ ପ୍ରାୟ ୪୭୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ଭାରତୀୟ ଉପଗ୍ରହ, ଭାରତର ଯୋଗାଯୋଗ ଭିତ୍ତିଭୂମିକୁ ଆହୁରି ବୃଦ୍ଧି କରିବା ପାଇଁ ଡିଜାଇନ୍ କରାଯାଇଛି । ଯାହା ଆଗାମୀ ୧୪ ବର୍ଷ ପାଇଁ ମହାକାଶରେ ରହି ଦେଶର କମ୍ୟୁନିକେସନ କ୍ଷେତ୍ର ଉପରେ କାମ କରିବ । ଯେଉଁଥିରେ କା-ବ୍ୟାଣ୍ଡ ହାଇ-ଥ୍ରୋପଟ୍ କମ୍ୟୁନିକେସନ ପେଲୋଡ୍ ରହିଛି  । ଏହି ସାଟେଲାଇଟ୍‌ ଥରେ କାର୍ଯ୍ୟକ୍ଷମ ହେବା ପରେ, ଏହା ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ୍ ସେବା ଏବଂ ଫ୍ଲାଇଟ୍ ଇଣ୍ଟରନେଟ୍ ସେବା ସହିତ ସମଗ୍ର ଦେଶରେ ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଇବ ।

ଏଥିସହିତ ଏହି ଯୋଗାଯୋଗ ଉପଗ୍ରହ, ଯାହା ଜିସାଟ୍-ଏନ୨ ଭାବରେ ମଧ୍ୟ ନାମିତ, ତାହାକୁ ୩୨ଟି ୟୁଜର୍ ବିମ୍ ସହିତ ସଜାଯାଇଛି । ଯେଉଁଥିରେ ୮ଟି ସଂକୀର୍ଣ୍ଣ ସ୍ପଟ୍ ବିମ୍ ଏବଂ ୨୪ ଟି ଚଉଡା ସ୍ପଟ୍ ବିମ୍ ରହିଛି । ଯାହା ସମଗ୍ର ଭାରତରେ ଅବସ୍ଥିତ ହବ୍ ଷ୍ଟେସନ୍ ଦ୍ୱାରା ସମର୍ଥିତ ହେବ |

ତେବେ ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ଇସ୍ରୋର ବାଣିଜ୍ୟିକ ବିଭାଗ ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ, ଏନଏସଆଇଏଲ ଚଳିତ ବର୍ଷ ଜାନୁଆରୀ ୩ରେ ଏଲନ୍ ମସ୍କଙ୍କ ସ୍ପେସ୍ ଏକ୍ସ ସହିତ ମିଶି କାମ କରିବା ପାଇଁ ପ୍ରଥମ ଥର ପାଇଁ ଘୋଷଣା କରିଥିଲା । ଯାହା ସହଯୋଗରେ ସେତେବେଳେ ୪୩୦ରୁ ଅଧିକ ବିଦେଶୀ ଉପଗ୍ରହ ଉତକ୍ଷେପଣ କରିଥିଲା ଭାରତ । କିନ୍ତୁ ଜିସାଟ୍-୨୦ ଉପଗ୍ରହ ଏତେ ଭାରୀ ଥିଲା ଯେ ଭାରତୀୟ ରକେଟ୍‌ ଏହାକୁ ମହାକାଶକୁ ନେଇପାରି ନ ଥିଲା । ଯେଉଁ କାରଣରୁ, ଇସ୍ରୋକୁ ସ୍ପେସ୍ ଏକ୍ସ ସହିତ ପାର୍ଟନରସିପ୍ କରିବାକୁ ପଡିଲା ।

Leave A Reply

Your email address will not be published.