Latest Odisha News

BREAKING NEWS

ମହାରାଷ୍ଟ୍ର ରାଜନୀତିରେ ମହାସଙ୍କଟ: ଆସନ୍ତାକାଲି ସୁପ୍ରିମକୋର୍ଟ ଦେବେ ଚୂଡ଼ାନ୍ତ ରାୟ

ନୂଆଦିଲ୍ଲୀ: ସୋମବାର ସକାଳ ୧୦ଟା ୩୦କୁ ସମସ୍ତେ ଅପେକ୍ଷା କରିଥିଲେ ମଧ୍ୟ ସୁପ୍ରିମକୋର୍ଟ ତାଙ୍କର ରାୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ସଂରକ୍ଷିତ ରଖିଛନ୍ତି । ଅର୍ଥାତ ମଙ୍ଗଳବାର ଦିନ ୧୦ଟା ୩୦ ସମୟରେ ମହାରାଷ୍ଟ୍ର ବିଧାନସଭାର ସଂରକ୍ଷିତ ଶୁଣାଣି ତାଙ୍କର ଚୂଡ଼ାନ୍ତ ରାୟରେ ପ୍ରକାଶିତ କରିବେ ।

ସୋମବାର ଦିନ ମହାରାଷ୍ଟ୍ର ରାଜ୍ୟପାଳଙ୍କ ପକ୍ଷରୁ ସଲିସିଟର୍ ଜେନେରାଲ୍ ତାଙ୍କ ପକ୍ଷ ରଖିଥିଲେ । ଅଜିତ ପାୱାରଙ୍କ ଓକିଲ ୫୪ ଜଣ ବିଧାୟକଙ୍କ ସମର୍ଥନ ନେଇ ଯୁକ୍ତି ବାଢିଥିଲେ ବୋଲି ଏନଡ଼ିଟିଭିରେ ପ୍ରକାଶିତ ଏକ ରିପୋର୍ଟରେ ଜଣାପଡ଼ିଛି ।

ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଏହି ମାମଲାରେ କପିଲ୍ ଶିବଲ୍ ଶିବସେନା ପକ୍ଷରୁ ଲଢୁଥିଲେ । କପିଲଙ୍କ କହିବାନୁଯାୟୀ, ରାଜ୍ୟପାଳ ଏତେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏତେ ତରବର କାହିଁକି ହେଉଛନ୍ତି? ତେବେ ଏନସିପି ପକ୍ଷରୁ ଏହି ମାମଲା ଲଢୁଛନ୍ତି ଅଭିଷେକ ମନୁ ସିଂଘଭି । ମନୁ ତାଙ୍କର ଯୁକ୍ତିରେ ଦର୍ଶାଇଛନ୍ତି ଯେ, ଏନସିପିର ୫୪ ଜଣ ବିଧାୟକ ବିଜେପିକୁ ସମର୍ଥନ କରିବା କଥା ଲେଖିନାହାନ୍ତି ।

ଇତିମଧ୍ୟରେ, ଏନସିପିର ବରିଷ୍ଠ ନେତା ଜୟନ୍ତ ପାଟିଲ୍ ରାଜ୍ୟପାଳଙ୍କୁ ଭେଟି ୧୬୨ ଜଣ ବିଧାୟକଙ୍କ ଏକ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି ବୋଲି ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି । ଏନସିପି ନେତା ଶ୍ରୀ ପାଟିଲ୍ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି ଯେ, “ଏନସିପି ପକ୍ଷରୁ ୧୬୨ ଜଣ ବିଧାୟକଙ୍କ ସମର୍ଥନ ଥିବା ଏକ ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି । ଏବେ ଆମେ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ” ।

ସେହିପରି ଭାବେ ଏନସିପି ସୁପ୍ରିମୋ ଶରଦ ପାୱାର ଆଜି ମଧ୍ୟ ଦୃଢୋକ୍ତି ପ୍ରକାଶ କରି କହିଛନ୍ତି ଯେ, ଏନସିପି ଶିବସେନା ସହିତ ମିଶି ନୂତନ ସରକାର ଗଠନ କରିବ ।

ଏଠାରେ ସୂଚନାଯୋଗ୍ୟ, ଶନିବାର ଦିନ ସକାଳ ୮ଟା ବେଳେ ମହାରାଷ୍ଟ୍ର ରାଜ୍ୟପାଳ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ଏବଂ ଏନସିପି ନେତା ଅଜିତ ପାୱାରଙ୍କୁ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥପାଠ କରାଇଥିଲେ ।

ମହାରାଷ୍ଟ୍ରରେ ରାଜନୈତିକ ଡ୍ରାମା ଅନ୍ତ ଘଟିବା ପରିବର୍ତ୍ତେ ଏହା ଦ୍ରୁତଗତିରେ ବଢିଚାଲିଛି । ଶନିବାର ସକାଳେ ବିଜେପିର ଦେବେନ୍ଦ୍ର ଫଡ଼ନାଭିସ୍ ଅଚାନକ ଭାବେ ମୁଖ୍ୟମନ୍ତ୍ରୀ ଏବଂ ଏନସିପି ନେତା ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ରାଜ୍ୟପାଳଙ୍କ ଏହି ତରବରିଆ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ ଏନସିପି-ଶିବସେନା ଏବଂ କଂଗ୍ରେସ । ମହାରାଷ୍ଟ୍ର ବିଧାନସଭାରେ ସରକାର ଗଠନ ଲାଗି ଶକ୍ତି ପରୀକ୍ଷା କରିଥାଆନ୍ତେ ଫଡ଼ନାଭିସଙ୍କ ବିଜେପି ଏବଂ ଅଜିତଙ୍କ ଏନସିପି । ମାତ୍ର ସୁପ୍ରିମକୋର୍ଟ ରାଜ୍ୟପାଳଙ୍କ ଏହି ଶକ୍ତି ପରୀକ୍ଷା ନିର୍ଦ୍ଦେଶକୁ ରୋକ୍ ଲଗାଇବା ସହିତ ସୋମବାର ଦିନ ଏସମ୍ପର୍କରେ ତାଙ୍କର ଚୂଡ଼ାନ୍ତ ରାୟ ପ୍ରକାଶ କରିଥାଆନ୍ତେ । ତେବେ ଆଜି ତାଙ୍କ ଶୁଣାଣିରେ ସୁପ୍ରିମକୋର୍ଟ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଦିନ ୧୦ଟା ୩୦ ସମୟରେ ସଂରକ୍ଷିତ ରଖିଥିବା ଶୁଣାଣିର ଚୂଡ଼ାନ୍ତ ରାୟ ପ୍ରକାଶ କରିବେ ।

Leave A Reply

Your email address will not be published.