Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଦେବ ଦୀପାବଳିର ପ୍ରଥମ ଦିନ: ଆଜି ପିଣ୍ଡ ପାଇବେ ରାଜା ଇନ୍ଦ୍ରଦ୍ୟୁମ୍ନ

ପୁରୀ: ଆଜିଠାରୁ ଆଗାମୀ ତିନିଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପାଳନ ହେବ ଆଲୋକର ଉତ୍ସବ। ଏହାକୁ ଦେବ ଦୀପାବଳି ବୋଲି କୁହାଯାଏ । ଏହି ଉତ୍ସବ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ପାଳନ କରାଯାଏ ।

ପରମ୍ପରା ଅନୁସାରେ ଏହିଦିନ ତିନି ଦିଅଁଙ୍କର ଶ୍ରାଦ୍ଧ ବେଶ ହୋଇଥାଏ । ତିନିଠାକୁର ନିଜର ପିତୃପୁରୁଷଙ୍କୁ ଏହିଅବସରରେ ଶ୍ରାଦ୍ଧ ତର୍ପଣ କରିଥାନ୍ତି ।

ଶ୍ରୀମନ୍ଦିର ପ୍ରତିଷ୍ଠା କରି ତିନିଠାକୁରଙ୍କୁ ସ୍ଥାପନା କରିଥିବା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଆଜି ପ୍ରଥମ ଦିନରେ ମହାପ୍ରଭୁ ଜଗନ୍ନାଥ ପିଣ୍ଡ ଦାନ କରିବେ । ଶ୍ରୀ ମନ୍ଦିରର ମାଲିକାନା ଉପରେ କେହି ଦାବି ନକରିବା ପାଇଁ ତାଙ୍କ ବଂଶ ଲୋପ କାରିଦେବାକୁ ରାଜା ଇନ୍ଦ୍ରଦ୍ୟୁମ୍ନ ଜଗନ୍ନାଥଙ୍କୁ ବର ମାଗିଥିଲେ । ସେଥିପାଇଁ ଜଗନ୍ନାଥ ନିଜେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଶ୍ରାଦ୍ଧ ତର୍ପଣ କରନ୍ତି

ଦ୍ଵିତୀୟ ଦିନରେ ପୁରୁଷୋତ୍ତମ ରାମଙ୍କ ବେଶରେ ଶ୍ରୀ ଜଗନ୍ନାଥ ତାଙ୍କ ପିତା ରାଜା ଦଶରଥଙ୍କୁ ଓ କୃଷ୍ଣଙ୍କ ବେଶରେ ବାସୁଦେବ ଓ ଦେବକିଙ୍କୁ ଶ୍ରାଦ୍ଧ ତର୍ପଣ କରନ୍ତି ।

ତୃତୀୟଦିନରେ ନନ୍ଦ ଯଶୋଦାଙ୍କୁ ଶ୍ରାଦ୍ଧ ତର୍ପଣ କରାଯାଏ ।

ଶ୍ରାଦ୍ଧ ବେଶରେ ମହାପ୍ରଭୁ ହଳଦିଆ ପାଢ଼ି ଦିଆ ଧଳା ବସ୍ତ୍ର ପରିଧାନ କରନ୍ତି ସେହିଭଳି କଳା ପାଢି ଦିଆ ଧଳା ବସ୍ତ୍ର ପ୍ରଭୁ ବଳଦେବ ପରିଧାନ କରୁଥିବା ବେଳେ ମା ସୁଭଦ୍ରା ନାଲି ପାଢ଼ି ଦିଆ ଧଳା ବସ୍ତ୍ର ପରିଧାନ କରନ୍ତି। ତେବେ ଏହି ଅବସରରେ ମନ୍ଦିର ଉପରକୁ ମହାଦୀପ ଉଠାଯାଏ । ଦୀପର ଆଲୋକ ସାଙ୍ଗକୁ ଆତସବାଜିର ପ୍ରଦର୍ଶନ ଦେଖିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଏଠାରେ ଜମିଛି।

ଏହି ଦେବ ଦୀପାବଳିରେ ହେବାକୁ ଥିବା ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.