Latest Odisha News

ଫଲୋଅର୍ସ ୫୦ ଲକ୍ଷରୁ ଅଧିକ, ମାତ୍ର ୧୫୫ରେ ହାରିଲେ ନିର୍ବାଚନ

ମୁମ୍ବାଇ: ସିନେ ଜଗତରେ ନିଜର ଛାପ ଛାଡିବା ପରେ ଅନେକ ଅଭିନେତା ଏବଂ ଅଭିନେତ୍ରୀ ରାଜନୀତିରେ ପାଦ ଥାପିଛନ୍ତି । କେତେକ ରାଜନୀତି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କେତେକଙ୍କ ଲୋକପ୍ରିୟତା ରାଜନୀତିରେ ଫେଲ୍ ମାରିଛି । ସେହିଭଳି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ର ନିର୍ବାଚନରେ । ଅଭିନେତାଙ୍କ ଲୋକପ୍ରିୟତା ଏବଂ ନିର୍ବାଚନ ଭୋଟ ଏବେ ପୁଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ସାମାଜିକ ଗଣମାଧ୍ୟମରେ ୫୦ ଲକ୍ଷରୁ ଅଧିକ ଫଲୋଅର୍ସ ରହିଥିବା ବେଳେ ହେଲେ ନିର୍ବାଚନରେ ମିଳିଛି ମାତ୍ର ୧୫୫ ଭୋଟ । ଯାହାକି ନୋଟା ସାଙ୍ଗେ ସମାନ ।

ଇନଷ୍ଟାଗ୍ରାମ ସେନସେସନ୍ ତଥା ବିଗବସ୍ ଲୋକପ୍ରିୟ ଅଭିନେତା ଏଜାଜ୍ ଖାନ୍ । ମହାରାଷ୍ଟ୍ରର ବରସୋଭା ବିଧାନସଭା ନିର୍ବାଚନମଣ୍ଡଳୀରୁ ଆଜାଦ୍ ସମାଜ ପାର୍ଟି ପାର୍ଥୀ ଭାବେ ପ୍ରତିଦ୍ଵନ୍ଦ୍ଵିତା କରୁଥିଲେ ଏଜାଜ୍ । ଏହି ଆସନରେ ମୋଟ ୧୬ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ବାଜି ମାରିଥିଲେ ଶିବସେନା ୟୁବିଟି ପ୍ରାର୍ଥୀ ହରୁନ ଖାନ। ବିଜେପି ପ୍ରାର୍ଥୀ ଡ. ଭାରତୀ ଲାଭେକରଙ୍କୁ ୧୬୦୦ ଭୋଟରେ ପରାଜିତ କରି ସେ ବିଜୟ ଲାଭ କରିଛନ୍ତି । ହେଲେ ଏଜାଜଙ୍କ ଲୋକପ୍ରିୟତା ଦେଖିଲେ ତାଙ୍କର ଏଭଳି ମାତ୍ର ୧୫୫ ଭୋଟରେ ଜିତିବା ଶୋଚନୀୟ ପ୍ରମାଣିତ ହୋଇଛି । ଅଭିନୟ ଜଗତରେ ଢେର ଲୋକପ୍ରିୟତା ସତ୍ତ୍ବେ ରାଜନୀତିରେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ସାଧାରଣ ଜନତା ।

ତେବେ ସବୁବେଳେ ବିବାଦୀୟ ବୟାନ୍ ପାଇଁ ଚର୍ଚ୍ଚାରେ ରହିଥିବା ଏଜାଜଙ୍କ ଇନଷ୍ଟାଗ୍ରାମରେ ୫.୩ ଲକ୍ଷ ଫଲୋୟର୍ସ ରହିଛି । ହେଲେ ଭୋଟ ମିଳିଛି ମାତ୍ର ୧୫୫ । ଏଭଳି ଶୋଚନୀୟ ପରାଜୟକୁ ନେଇ ଇଭିଏମକୁ ଦାୟୀ କରିଛନ୍ତି ଏଜାଜ୍ ।

Leave A Reply

Your email address will not be published.