Latest Odisha News

ଭୁଶୁଡିଲା ୧୫୦ ବର୍ଷ ପୁରୁଣା ବ୍ରିଟିଶ ଯୁଗର ସେତୁ

କାନପୁର: ଗଙ୍ଗା ନଦୀ ଦେଇ କାନପୁରରୁ ଉନ୍ନାଓ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ବ୍ରିଟିଶ ଯୁଗର ସେତୁ ଭୁଶୁଡି ପଡିଛି । ଯାତାୟାତକୁ ସହଜ କରିବା ପାଇଁ ଏହି ସେତୁ ବ୍ରିଟିଶମାନଙ୍କ ଦ୍ୱାରା ପ୍ରାୟ 150 ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା l ବ୍ରିଟିଶ ଯୁଗରେ ଏହି ସେତୁ ଦୁଇ ଜିଲ୍ଲା ମଧ୍ୟରେ ଯାତ୍ରା କରିବାର ଏକମାତ୍ର ମାଧ୍ୟମ ଥିଲା। ତେବେ ବହୁ ପୁରାତନ ସେତୁ ହୋଇଥିବାରୁ କରୋନା ସମୟରୁ ଏହି ସେତୁର ଯାତାୟାତ ବନ୍ଦ ହୋଇଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ହଠାତ୍ କାନପୁର ପାର୍ଶ୍ୱରୁ ବ୍ରିଜର କିଛି ଅଂଶ ଭୁଶୁଡି ପଡିଥିଲା। ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ l

ସୂଚନାଯୋଗ୍ୟ, କାନପୁରର ଏହି 150 ବର୍ଷ ପୁରୁଣା ଗଙ୍ଗା ବ୍ରିଜ ବ୍ରିଟିଶମାନଙ୍କ ଦ୍ୱାରା ନିର୍ମିତ ହୋଇଥିଲା l ତେବେ କହିବାକୁ ଗଲେ ଏହି ବ୍ରିଜ ଦେଶର ଏକ ଐତିହ କହିଲେ ଅତ୍ୟୁକ୍ତି ହେବ ନାହିଁ l କାରଣ ଆଜିର ଦିନରେ ଏତେ ଦୃଢ ସେତୁ ଦେଖିବା ବହୁତ କଷ୍ଟ l 150 ବର୍ଷ ହେବ ଏହି ସେତୁ ବିନା କୌଣସି ମରାମତିରେ ଜନସାଧାରଣଙ୍କ ଯାତାୟାତକୁ ସହଜ କରି ଆସିଥିଲା l ଦୁଇଟି ଜିଲ୍ଲାକୁ ସଂଯୋଗ କରିବା ପାଇଁ ଏହି ସେତୁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା l କିନ୍ତୁ ଦୀର୍ଘ ଦିନପରେ ରକ୍ଷଣାବେକ୍ଷଣ ଅଭାବ ହେତୁ ସେତୁଟିର ଅବନତି ଘଟିଥିଲା l ସେସବୁକୁ ଦୃଷ୍ଟିରେ ରଖି କରୋନା କାଳରେ ଏହି ସେତୁକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ କରାଯାଇଥିଲା l

ଏହି ସେତୁ 1874 ମସିହାରେ ବ୍ରିଟିଶ କାଳରେ ଆୱାଦ ଏବଂ ଋହେଲଖଣ୍ଡ କମ୍ପାନୀ ଦ୍ୱାରା ନିର୍ମିତ ହୋଇଥିଲା l ଦୁଇ ଠକ ବିଶିଷ୍ଟ ଏହି ସେତୁର ବିଶେଷତ୍ୱ ​​ହେଲା ଏହାର ତଳ ଭାଗରେ ଲୋକମାନେ ସାଇକେଲ ଏବଂ ପାଦରେ ଅତିକ୍ରମ କରୁଥିବା ବେଳେ ଏହାର ଉପର ଭାଗରେ ଭାରୀ ଯାନଗୁଡ଼ିକ ଯାତାୟାତ କରେ l ଏହି ସେତୁକୁ ଭାରତର ଏକ ଐତିହ୍ୟ ଭାବରେ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଥିଲା କିନ୍ତୁ ଏହାର ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣର ଦାୟିତ୍ୱ କେହି ଗ୍ରହଣ କଲେ ନାହିଁ l ଯାହାଫଳରେ ଏବେ ଏହି ସେତୁଟିର କାନପୁର ପାର୍ଶ୍ୱର 9 ଓ 10 ସ୍ତମ୍ଭ ଭୁଶୁଡି ପଡ଼ିଥିଲା l

Leave A Reply

Your email address will not be published.