Latest Odisha News

BREAKING NEWS

ବିଦେଶରୁ ଚାକିରି ପାଇଁ ଆସୁଛି କି ଅଫର ? ସାବଧାନ !

ଭୁବନେଶ୍ବର : ଆତଙ୍କ ସୃଷ୍ଟି କରିଛନ୍ତି ସାଇବର ଲୁଟେରା। ଆଖି ପିଛୁଳାକେ ଖାଲି କରିଦେଉଛନ୍ତି ବ୍ଯାଙ୍କ ଆକାଉଣ୍ଟ। ସେହିପରି ସାଂଘାତିକ ହେଲାଣି ଡିଜିଟାଲ ଆରେଷ୍ଟ। ପୋଲିସ, ଇଡି, ସିବିଆଇ ଅଧିକାରୀ କହି ଲୁଟ କରୁଛନ୍ତି ସାଇବର ଅପରାଧୀ । ଆଜି ଆମେ ଆପଣଙ୍କୁ କହିବୁ ଡିଜିଟାଲ ଆରେଷ୍ଟ କ’ଣ , କେଉଁମାନେ କରୁଛନ୍ତି ଏହି ସ୍କାମ ? ସାମନାକୁ ଆସିଛି କମ୍ବୋଡିଆ, ମିଆଁମାର ଓ ଲାଓରୁ ଅପରେଟ ହେଉଥିବା ସାଇବର କ୍ରାଇମ। ବ୍ୟୁରୋ ଅଫ ଇମିଗ୍ରେସନର ତଥ୍ୟ ଅନୁସାରେ ଦୁଇ ବର୍ଷରେ ଭିଜିଟର ଭିସାରେ ଏହି ଦେଶମାନଙ୍କୁ ଯାଇଥିବା ହଜାର ହଜାର ଭାରତୀୟ ଏବେ ସୁଦ୍ଧା ଘରକୁ ଫେରି ନାହାନ୍ତି। ସେମାନଙ୍କୁ ସେଠାରେ ସାଇବର କ୍ରାଇମ କରିବାକୁ ବାଧ୍ୟ କରାଯାଉଛି । ଚାକିରି ଲୋଭ ଦେଖାଇ ଭରତୀୟଙ୍କୁ ଏହି ଦେଶକୁ ପଠାଯାଉଛି। ସେଠାରେ ସେମାନଙ୍କୁ ସାଇବର ଅପରାଧୀ ହେବାକୁ ବାଧ୍ୟ କରାଯାଉଛି।

ଘରକୁ ଫେରି ନାହାନ୍ତି ୩୦ ହଜାର ଭାରତୀୟ
ଚାକିରି ଲୋଭରେ ଭରତୀୟମାନେ କମ୍ବୋଡିଆ, ମିଆଁମାର ଓ ଲାଓ ଭଳି ଦେଶକୁ ଯାଉଛନ୍ତି। ଏମାନେ ଭିଜିଟର ବା ଟୁରିଷ୍ଟ ଭିସାରେ ଏହି ସବୁ ଦେଶକୁ ଯାଉଛନ୍ତି । ବ୍ୟୁରୋ ଅଫ ଇମିଗ୍ରେସନର ତଥ୍ୟ ଅନୁସାରେ ଜାନୁଆରୀ ୨୦୨୨ ରୁ ମେ ୨୦୨୪ ମଧ୍ୟରେ ଯାଇଥିବା ୩୦ ହଜାର ଭାରତୀୟ ଏପର୍ଯ୍ୟନ୍ତ ଘରକୁ ଫେରି ନାହାନ୍ତି।

ଚାକିରି ବଦଳରେ ସାଇବର ସ୍କାମ
ଚାକିରୀର ପ୍ରଲୋଭନରେ ଯାଉଥିବା ବ୍ୟକ୍ତିକୁ ଚାକିରି ବଦଳରେ କଲ ସେଣ୍ଟରରେ କାମ କରିବାକୁ କୁହାଯାଉଥିଲା। ସେଠାରେ ସେମାନଙ୍କୁ ଡିଜିଟାଲ ଆରେଷ୍ଟ ଦ୍ବାରା ଭାରତୀୟ ମାନଙ୍କଠାରୁ ଟଙ୍କା ଲୁଟ କରିବାକୁ ବାଧ୍ୟ କରାଯାଉଥିଲା। ଏସବୁ ନ ମାନିଲେ ପ୍ରବଳ ମାଡ଼ ମାରିବା ସହ ଜୀବନରୁ ମାରିଦେବାର ଧମକ ମଧ୍ୟ ଦିଆଯାଉଥିବା ଜଣେ ପୀଡ଼ିତ କହିଛନ୍ତି। କିଛି ଭାରତୀୟ ଜୀବନ ବଞ୍ଚାଇ ଭାରତ ଫେରିଥିବା ବେଳେ ଏବେ ବି ଅନେକ ଭାରତୀୟ ମରଣଯନ୍ତାରେ ।

ବ୍ୟୁରୋ ରିପୋର୍ଟ, ଓଡ଼ିଶା ସମ୍ବାଦ

Leave A Reply

Your email address will not be published.