Latest Odisha News

BREAKING NEWS

କଲ୍ ଡ୍ରପ୍ କାହିଁକି ହୁଏ, ଏଥିରୁ କିପରି ପାଇବେ ନିସ୍ତାର..

ନୂଆଦିଲ୍ଲୀ: ଯଦି ଆପଣ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବେ,ତେବେ ଆପଣଙ୍କ ସହିତ ଅନେକ ଥର ଏପରି ସମସ୍ୟା ହୋଇଥିବ ; ଫୋନରେ କଥା ହେବାବେଳେ ହଠାତ୍ କଲଟି ବିଚ୍ଛିନ୍ନ ହୋଇଯାଏ । ଏପରି ପରିସ୍ଥିତିରେ, ଆପଣ ପୁଣି ଥରେ କଲ୍ କରନ୍ତି ତେବେ କିଛି ମିନିଟ୍ ପରେ ଆପଣଙ୍କ କଲ୍ ଲାଗିଥାଏ । ଏହି ସମସ୍ୟାକୁ କଲ୍ ଡ୍ରପ୍ କୁହାଯାଏ । ଦୁର୍ବଳ ସିଗନାଲ୍ ଏହା ପଛର ଏକ ପ୍ରମୁଖ କାରଣ ହୋଇପାରେ, କିନ୍ତୁ ଦୁର୍ବଳ ସିଗନାଲ୍ ସହିତ, ଅନ୍ୟାନ୍ୟ କାରଣ ମଧ୍ୟ ଏଥିରେ ଜଡିତ ହୋଇପାରେ । ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କରେ..

ଟାଓ୍ବାର ସଂଖ୍ୟା ଚେକ୍ କରନ୍ତୁ

ଯଦି ଫୋନରେ କଥାବାର୍ତ୍ତା ହେବା ସମୟରେ ହଠାତ୍ କଲ୍ ବିଚ୍ଛିନ୍ନ ହୋଇଯାଏ, ତେବେ ଦୁର୍ବଳ ସଂଯୋଗ ଏହା ପଛର ଏକ ପ୍ରମୁଖ କାରଣ ହୋଇପାରେ | ଯଦିଓ ଆପଣ ଏପରି ଏକ ଅଞ୍ଚଳରେ ରହୁଥାନ୍ତି ଯେଉଁଠାରେ ଟାୱାର ସଂଖ୍ୟା କମ୍,ତେବେ କଲ୍ ଡ୍ରପ୍ ହୋଇପାରେ । ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମ୍ନୁଖିନ ହେଉଛନ୍ତି ତେବେ ସର୍ବପ୍ରଥମେ ଆପଣଙ୍କ ଫୋନରେ ଦିଆଯାଇଥିବା ଟାୱାରକୁ ଯାଞ୍ଚ କରନ୍ତୁ | ଯଦି ଟାୱାର ସଂଖ୍ୟା କମ୍ ତେବେ ଫୋନର ସେଟିଂକୁ ଯାଆନ୍ତୁ ଏବଂ ମୋବାଇଲ୍ ନେଟୱାର୍କକୁ ପୁଣି ଥରେ ଯାଞ୍ଚ କରନ୍ତୁ ।

ସଫ୍ଟୱେରରେ ସମସ୍ୟା

ଯଦି ଫୋନରେ ଥିବା ନେଟୱାର୍କ ଭଲ ଅଛି ତେବେ କିଛି ସଫ୍ଟୱେର୍ ସମସ୍ୟା ହୋଇପାରେ । ଫୋନରେ ନୂଆ ଅପଡେଟ୍ କରିବା ପରେ ଏପରି ହୋଇଥାଏ । ଏହିପରି ସମସ୍ୟା ହେଲେ, ଆପଣଙ୍କ ଫୋନକୁ ଫ୍ୟାକ୍ଟ୍ରି ରିସେଟ୍ କରିବାକୁ ପଡିବ ।

ସମସ୍ୟାର ସମାଧାନ ପାଇଁ ନେଟୱାର୍କରେ ପରିବର୍ତ୍ତନ କରନ୍ତୁ

ଯଦି କଲ୍ ଡ୍ରପ୍ ସମସ୍ୟା ବଢୁଛି ତେବେ ଆପଣ ଅନ୍ୟ କମ୍ପାନୀର ସିମ୍ ବ୍ୟବହାର କରିପାରିବେ | ଅନେକ ଥର କଣ ହୁଏ କୌଣସି କମ୍ପାନୀର ନେଟୱାର୍କ ପରିସର ସେହି କ୍ଷେତ୍ରରେ ସୀମିତ ଥାଏ | ଏପରି ପରିସ୍ଥିତିରେ, ଅନ୍ୟ କମ୍ପାନୀର ନେଟୱାର୍କକୁ ବଦଳାଇବା ଦ୍ବାରା ଆପଣଙ୍କୁ କଲ ଡ୍ରପ୍ ସମସ୍ୟାରୁ ମୁକ୍ତି ମିଳିପାରେ ।

ରିଷ୍ଟାର୍ଟ କରିକି ଦେଖନ୍ତୁ

କଲ୍ ଡ୍ରପ୍ ହେଉଛି ତେବେ ଫୋନ୍ ରିଷ୍ଟାର୍ଟ କରିକି ଦେଖନ୍ତୁ । ଅନେକ ଥର ଫୋନ୍ ଦୀର୍ଘ ସମୟ ଧରି ଚାଲିଥାଏ, ହଠାତ୍ ଫୋନରେ ନେଟୱାର୍କ ସମସ୍ୟା ଦେଖାଦେଇଥାଏ | ଫୋନକୁ ରିଷ୍ଟାର୍ଟ କରିବା ପୂର୍ବରୁ ଫୋନ ଟ୍ରାସ୍ କ୍ଲିୟର କରିଦିଅନ୍ତୁ ।

ୱାଇଫାଇ କଲିଂ ବନ୍ଦ କର

ଯଦି ୱାଇଫାଇ କଲିଂ ଫିଚର ଫୋନରେ ଅଛି ତେବେ ଏହାକୁ ବନ୍ଦ କରିବା ଉଚିତ୍ । ୱାଇଫାଇ କଲିଂ ଫିଚର ହେତୁ ଅନେକ ଥର କଲ୍ ଡ୍ରପ୍ ସମସ୍ୟା ମଧ୍ୟ ଦେଖାଯାଏ । ୱାଇଫାଇ କଲିଂ ଫିଚର ବନ୍ଦ କରିବା ପରେ ଫୋନକୁ ପୁଣି ଥରେ ରିଷ୍ଟାର୍ଟ କରନ୍ତୁ ଏବଂ ତା’ପରେ କଲ ଡ୍ରପ ହୋଉଛି କି ନାହିଁ ଯାଞ୍ଚ କରନ୍ତୁ ।

Comments are closed.