Latest Odisha News

ହିମାଚଳରେ ଆତ୍ମରକ୍ଷା ପ୍ରଶିକ୍ଷଣ ନେଲେ ସୋଆ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ

ଭୁବନେଶ୍ୱର: ସୋଆ ଡିମ୍ଡ ବିଶ୍ୱବିଦ୍ୟାଳୟର ୨ ଜଣ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଓ ଜଣେ ଏନ୍ଏସ୍ଏସ୍ ପ୍ରୋଗ୍ରାମ୍ ଅଫିସର ନେଇଛନ୍ତି ଆତ୍ମରକ୍ଷା ପ୍ରଶିକ୍ଷଣ।  ହିମାଚଳ ପ୍ରଦେଶରେ ଆୟୋଜିତ ଏକ ୧୦ ଦିନିଆ ପ୍ରଶିକ୍ଷଣ ଶିବିରରେ ସେମାନେ ତାଲିମ ନେଇଛନ୍ତି।  ରକ୍ କ୍ଲାଇମ୍ବିଂ ସହିତ ପ୍ରତିକୂଳ ପରିସ୍ଥିତିରେ କିପରି ନିଜକୁ ରକ୍ଷା କରିବାକୁ ହୁଏ ସେ ବିଷୟରେ ସେମାନଙ୍କୁ ତାଲିମ ଦିଆଯାଇଛି।

୨ ଜଣ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ କୁମାରୀ ଅଭିପ୍ସା ମହାପାତ୍ର ଓ ସଂଚିତ ପ୍ରଧାନ ଓ ଜଣେ ଏନ୍ଏସ୍ଏସ୍ ପ୍ରୋଗ୍ରାମ୍ ଅଫିସର ଡକ୍ଟର ମୌ ରାୟ ହିମାଚଳ ପ୍ରଦେଶରେ ଆୟୋଜିତ ୧୦ ଦିନିଆ ପ୍ରଶିକ୍ଷଣ ଶିବିରରେ ଆତ୍ମରକ୍ଷା ତାଲିମ ନେଇଛନ୍ତି। ଅଭିପ୍ସା ଓ ସଂଚିତ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡି ରିସର୍ଚ୍ଚ (ଆଇଟିଇଆର)ର ତୃତୀୟ ବର୍ଷ ବି.ଟେକ୍ ଛାତ୍ରୀ ଓ ଛାତ୍ର। ଏହି ତାଲିମ୍ ଶିବିର ନଭେମ୍ବର ୧୫ରୁ ୨୪ ପର୍ଯ୍ୟନ୍ତ ମାନାଲି ସ୍ଥିତ ଅଟଳ ବିହାରୀ ବାଜପେୟୀ ଇନଷ୍ଟିଚ୍ୟୁଟ ଅଫ୍ ମାଉଂଟେନିୟରିଂ ଆଣ୍ଡ ଆଲାଏଡ ସ୍ପୋର୍ଟ୍ସ ଓ ସୋଲାଙ୍ଗ ଭ୍ୟାଲି ସ୍ଥିତ ସ୍କିଇଙ୍ଗ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଥିଲା।

Comments are closed.