ଆଡିଲେଡ: ଅଷ୍ଟ୍ରେଲିଆ ବିପକ୍ଷ ଦିବାରାତ୍ର ଟେଷ୍ଟ ୨ ଦିନ ପୂର୍ବରୁ ଶେଷ ହୋଇଯାଇଛି । ଏହି ମ୍ୟାଚରେ ଭାରତ ଶୋଚନୀୟ ଭାବେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ପୂର୍ବତନ ମହାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଫଳାଫଳ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ହାତରେ ସମୟ ଅଛି । ହୋଟେଲ ରୁମରେ ଯାଇ ବିଶ୍ରାମ ନେବା ଅପେକ୍ଷା ଅଭ୍ୟାସରେ ମନ ଦିଅ ବୋଲି ସେ ଖେଳାଳିମାନଙ୍କୁ କହିଛନ୍ତି । ଦକ୍ଷତା ଓ ପ୍ରତିବଦ୍ଧତା ପ୍ରଦର୍ଶନ କରିବାର ସମୟ ଉପନୀତ ହୋଇଛି । ଡିସେମ୍ବର ୧୪ରୁ ତୃତୀୟ ଟେଷ୍ଟ ଆରମ୍ଭ ହେବ । ତ୍ରୁଟି ସୁଧାରିବା ପାଇଁ ହାତରେ ଯଥେଷ୍ଟ ସମୟ ରହିଛି ବୋଲି ଗାଭାସ୍କର କହିଛନ୍ତି । ଦିନଯାକ ଅଭ୍ୟାସ କରିବାକୁ ମୁଁ କହୁନି ।
ସକାଳେ କିମ୍ବା ଦ୍ୱିପ୍ରହରରେ ଅଭ୍ୟାସ କଲେ ତାହା ଦଳକୁ ଫାଇଦାରେ ରଖିବ । ଲୟକୁ ଫେରିବାକୁ ହେଲେ ଅଧିକରୁ ଅଧିକ ଅଭ୍ୟାସ ଦରକାର । ବ୍ୟାଟ୍ସମ୍ୟାନମାନେ କ୍ରିଜରେ ଅଧିକ ସମୟ ରହିବା ରଣନୀତି ଆପଣାନ୍ତୁ । ଏହି ଅବରସରରେ ବିରାଟ କୋହଲିଙ୍କ ଅଭ୍ୟାସକୁ ସେ ପ୍ରଶଂସା କରିଛନ୍ତି । ଭାରତ ପାଇଁ ଖେଳିବାକୁ ସମ୍ମାନର ବିଷୟ ଭାବେ ଖେଳାଳିମାନେ ଗ୍ରହଣ କରନ୍ତୁ । ଅଷ୍ଟ୍ରେଲିଆରେ ଯାହା ବି କିଛି ପ୍ରଦର୍ଶନ କରିବ ତାହା ତୁମ କ୍ୟାରିୟର ନିର୍ଦ୍ଧାରଣ କରିବ ବୋଲି ଗାଭାସ୍କର ଯୁବ ଖେଳାଳିଙ୍କୁ ପରାମର୍ଶ ଦେଇଛନ୍ତି ।
Comments are closed.