Latest Odisha News

ତ୍ବଚା ସମସ୍ୟାର ହେବ ଅନ୍ତ; ଲଗାନ୍ତୁ କମଳା ଚୋପାରେ ପ୍ରସ୍ତୁତ ଫେସ୍ ପ୍ୟାକ୍ 

ନୂଆଦିଲ୍ଲୀ: ଭିଟାମିନ୍ ସି ଏବଂ କ୍ୟାଲସିୟମରେ ଭରପୂର ଅଟେ କମଳା । କିନ୍ତୁ ଆପଣ ଜାଣନ୍ତି କି କମଳା ସହିତ ଏହାର ଚୋପା ମଧ୍ୟ ବହୁତ ଲାଭଦାୟକ ଅଟେ । ଚର୍ମର ଚମକ ବଜାୟ ରଖିବା ପାଇଁ, ଏହି ଚୋପାଗୁଡ଼ିକରୁ ପ୍ରସ୍ତୁତ ଏକ ଫେସ୍ ପ୍ୟାକ୍ ଲଗାନ୍ତୁ । ଏଥିରେ କ୍ୟାଲସିୟମ୍ ଥାଏ,ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଭଳି ଉପାଦାନ ମିଳିଥାଏ । ଯାହା ଚର୍ମ ସମ୍ବନ୍ଧୀୟ ସମସ୍ୟା ହ୍ରାସ କରିବାରେ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା କମଳା ଚୋପା ସହିତ କିପରି ଏକ ଫେସ୍ ପ୍ୟାକ୍ ତିଆରି କରାଯାଏ  ।

ଚାଉଳ ଗୁଣ୍ଡ ଏବଂ କମଳା ଚୋପା ପାଉଡର

ଏହି ଫେସ୍ ପ୍ୟାକ୍ ପ୍ରସ୍ତୁତ କରିବାକୁ, ଏକ ପାତ୍ରରେ ଦୁଇ ଟେବୁଲ୍ ଚାମଚ ଚାଉଳ ଗୁଣ୍ଡ ଏବଂ କମଳା ଚୋପା ପାଉଡର ନିଅନ୍ତୁ । ବର୍ତ୍ତମାନ ଆବଶ୍ୟକତା ଅନୁଯାୟୀ ଏଥିରେ ଗୋଲାପ ଜଳ ମିଶାନ୍ତୁ । ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ, ପ୍ରାୟ ୧୫-୨୦ ମିନିଟ୍ ପରେ ଏହାକୁ ପାଣିରେ ଧୋଇ ଦିଅନ୍ତୁ । ଆପଣ ଏହି ଫେସ୍ ପ୍ୟାକ୍ ସପ୍ତାହରେ ଥରେ କିମ୍ବା ଦୁଇଥର ବ୍ୟବହାର କରିପାରିବେ ।

ବେସନ ଏବଂ କମଳା ଚୋପା ପାଉଡର

ଯଦି ଆପଣ ଶୁଷ୍କ ଚର୍ମର ସମସ୍ୟାରେ ପଡନ୍ତି, ତେବେ ଏହି ଫେସ୍ ପ୍ୟାକ୍ ଆପଣଙ୍କ ପାଇଁ ଭଲ । ଏଥିପାଇଁ ଗୋଟିଏ ଟେବୁଲ ଚାମଚ ବେସନ ନିଅନ୍ତୁ, ଏଥିରେ ଗୋଟିଏ ଚାମଚ କମଳା ଚୋପା ପାଉଡର ମିଶାନ୍ତୁ । ଏଥିରେ ମହୁ ମିଶାଇ ପେଷ୍ଟ ତିଆରି କରନ୍ତୁ । ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ, ପ୍ରାୟ ୧୫-୨୦ ମିନିଟ୍ ପରେ ଏହାକୁ ପାଣିରେ ଧୋଇ ଦିଅନ୍ତୁ ।

ଏଲୋବେରା ଜେଲ୍ ଏବଂ କମଳା ଚୋପା ପାଉଡର

ଏହି ପ୍ୟାକ୍ ପ୍ରସ୍ତୁତ କରିବାକୁ, ଏକ ପାତ୍ରରେ ୨ଟେବୁଲ୍ ଚାମଚ ଏଲୋବେରା ଜେଲ୍ ନିଅନ୍ତୁ । ଏଥିରେ କମଳା ଚୋପା ପାଉଡର ମିଶାନ୍ତୁ । ଏହି ମିଶ୍ରଣରେ ୨-୩ ବୁନ୍ଦା ଲେମ୍ବୁ ରସ ମିଶାନ୍ତୁ । ବର୍ତ୍ତମାନ ଏହି ପେଷ୍ଟକୁ ଭଲ ଭାବରେ ମିଶେଇ ଏହି ପ୍ୟାକ୍କୁ ମୁହଁରେ ଲଗାନ୍ତୁ । ପ୍ରାୟ ୧୫ ମିନିଟ୍ ପରେ ପାଣିରେ ଧୋଇ ଦିଅନ୍ତୁ ।

କମଳା ଚୋପା ପାଉଡର ଏବଂ ଚନ୍ଦନ

ଏକ ପାତ୍ରରେ କମଳା ଚୋପା ପାଉଡର ଏବଂ ଚନ୍ଦନ ନିଅନ୍ତୁ । ସେଥିରେ ଗୋଲାପ ଜଳ ଏବଂ ଲେମ୍ବୁ ରସ ମିଶାନ୍ତୁ । ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ । ଏହାକୁ ପ୍ରାୟ ୧ ମିନିଟ୍ ପାଇଁ ଶୁଖିବାକୁ ଦିଅନ୍ତୁ । ଏହା ପରେ ପାଣିରେ ଧୋଇ ଦିଅନ୍ତୁ ।

Comments are closed.