Latest Odisha News

ପିଶାଚ ପ୍ରେମିକ, ଦୁଷ୍କର୍ମ କରି ଜେଲ୍ ଗଲା, ଜେଲରୁ ଆସି ହତ୍ୟା କଲା

ଝାରସୁଗୁଡା: ପିଶାଚ ପାଲଟିଲା ପ୍ରେମିକ । ପ୍ରଥମେ ଦୁଷ୍କର୍ମ କରି ଜେଲ୍ ଗଲା । ଜେଲରୁ ଫେରି ପ୍ରେମିକାକୁ ଅପହରଣ କଲା । ଶେଷରେ ହତ୍ୟା କରି ହାତ, ଗୋଡ କାଟି ଫିଙ୍ଗିଦେଲା ଜହ୍ଲାଦ ପ୍ରେମିକ । ଏଭଳି ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡାରେ । କେବଳ ସେତିକି ନୁହେଁ ଝାରସୁଗୁଡ଼ାରେ କିଡନାପ୍ କରି ରାଉରକେଲାରେ ମର୍ଡର କରିଛି ପିଶାଚ ପ୍ରେମିକ । ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଖଣ୍ଡ ଖଣ୍ଡ କରି ଫିଙ୍ଗିଦେଲା ଅଭିଯୁକ୍ତ ।

ସୂଚନା ଅନୁସାରେ, ନାବାଳିକାଙ୍କୁ ହତ୍ୟା ପରେ ଜଣେ ଯୁବକ ବ୍ରାହ୍ମଣୀ ନଦୀରେ ଫିଙ୍ଗିଦେଇଥିବା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ୍ ଚାଲିଥିଲା । ଝାରସୁଗୁଡ଼ାରେ ନାବାଳିକା ଦୁଷ୍କର୍ମ ମାମଲାରେ ଗତ ୨୭ ଅଗଷ୍ଟରେ ଜେଲ୍ ଯାଇଥିଲେ ଧରୁଆଡିହିର କୁନୁ କିଷାନ। ତେବେ ଡିସେମ୍ବର ୪ରେ ବେଲରେ ଆସିବା ପରେ ନାବାଳିକାଙ୍କୁ ଝାରସୁଗୁଡା ସ୍ଥିତ ତାଙ୍କ ଘରୁ ଉଠାଇ ନେଇ ହତ୍ୟା କରିଛି ଅଭିଯୁକ୍ତ । ହତ୍ୟା ପରେ ଅଭିଯୁକ୍ତ ଜଣକ ଧରାପଡ଼ିବା ଭୟରେ ବ୍ରାହ୍ମଣୀ ନଦୀରେ ମୃତଦେହ ଫିଙ୍ଗିଥିବା ପୋଲିସ ଆଗରେ ସ୍ବୀକାର କରିବା ପରେ ନଦୀରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ଏଥି ସହ ମୃତକ ନାବାଳିକାଙ୍କ କଟା ହାତଗୋଡ଼ ହନୁମାନ ବାଟିକା ନିକଟ ଜଙ୍ଗଲରୁ ଉଦ୍ଧାର କରିଛି ପୋଲିସ । ସେହିପରି ଅନେକ ଖୋଜାଖୋଜି ପରେ ଶେଷରେ ନଦୀରୁ ମୃତ ନାବାଳିକାର ମୁଣ୍ଡ ମିଳିଛି ।

ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଅଞ୍ଚଳରେ ମୂଳ ବାସିନ୍ଦା ହେଉଛନ୍ତି ମୃତ ନାବାଳିକା । ଗତ ୭ ତାରିଖରେ ଜଣେ ୧୭ ବର୍ଷିୟ ନାବାଳିକା ନିଖୋଜ ନେଇ ଝାରସୁଗୁଡା ଥାନାରେ ଅଭିଯୋଗ ହୋଇଥିଲା । ତେବେ ଅଭିଯୁକ୍ତ ଜଣଙ୍କ ଯୁବତୀଙ୍କୁ କୋର୍ଟରେ ତାଙ୍କ ସପକ୍ଷରେ ସାକ୍ଷୀ ନ ଦେବା ପାଇଁ ପ୍ରଥମେ ଅନୁରୋଧ କରିଥିଲା । କିନ୍ତୁ ଯୁବତୀ ଜଣଙ୍କ ରାଜି ନହେବାରୁ ତାଙ୍କୁ ମାରି ମୃତ ଶରୀରକୁ ଖଣ୍ଡଖଣ୍ଡ କରି ବିଭିନ୍ନ ସ୍ଥାନରେ ଅଭିଯୁକ୍ତ ଫିଙ୍ଗି ଦେଇଥିବା ନେଇ କହିଛନ୍ତି ଝାରସୁଗୁଡ଼ା ଏସପି । ଏହି ଘଟଣାରେ ଅଭିଯୁକ୍ତ କୁନୁକୁ ଅଟକ ରଖି ପଚରାଉଚରା କରିଥିଲା ଝାରସୁଗୁଡ଼ା ଟାଉନ ଥାନା ପୋଲିସ । ଏହାପରେ ସମସ୍ତ କଥା ସାମ୍ନାକୁ ଆସିଥିଲା । ଅଭିଯୁକ୍ତ କୁନୁ ଓ ତାର ସହଯୋଗୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

 

Leave A Reply

Your email address will not be published.