Latest Odisha News

BREAKING NEWS

୧୭ ମାସ ପରେ ଟେଷ୍ଟରେ ଶତକ ମାରିଲେ ସ୍ମିଥ

ଆଡିଲେଡ: ଭାରତ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭଲ ସ୍ଥିତିରେ ରହିଛି । ଏହି ମ୍ୟାଚରେ ସିନିୟର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ୧୭ ମାସ ପରେ ସେ ଶତକ ହାସଲ କରି ଫର୍ମକୁ ଫେରିଛନ୍ତି । ଟ୍ରେଭିସ ହେଡଙ୍କ ସହ ସେ ଚତୁର୍ଥ ୱିକେଟରେ ୨୪୨ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର ଏହା ଚତୁର୍ଥ ସର୍ବାଧିକ ରନର ପାର୍ଟନରଶିପ । ସ୍ମିଥ ୧୯୦ ବଲରେ ୧୨ ଚୌକା ସହାୟତାରେ ୧୦୧ ରନ କରିଥିଲେ । ସେ ଅଧିକ ଶତକ ହାସଲରେ ନିଜ ଦେଶର ଷ୍ଟିଭ ୱଙ୍କୁ ପଛରେ ପକାଇ ଦେଇଛନ୍ତି ।

ୱ ୩୨ ଶତକ ମାରିଥିବା ବେଳେ ସ୍ମିଥ ୩୩ ସହ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ୩୧ ଶତକ ରିକି ପଂଟିଂ ମାରିଛନ୍ତି । ଭାରତ ବିପକ୍ଷରେ ସର୍ବାଧିକ ୧୫ ଶତକ ସ୍ମିଥ ମାରିଛନ୍ତି । ଏହା ପୂର୍ବରୁ ରିକି ପଂଟିଂ(୧୪)ଙ୍କ ନାମରେ ଏହି ରେକର୍ଡ ରହିଥିଲା । ୧୧ ଶତକ ସହ ଇଂଲଣ୍ଡର ଜୋ ରୁଟ ତୃତୀୟ ସ୍ଥାନରେ ରହିଛନ୍ତି । ତୃତୀୟ ଟେଷ୍ଟରେ ସବିଶେଷ ଖବର ହସ୍ତଗତ ହେଲା ବେଳକୁ ଅଷ୍ଟ୍ରେଲିଆ ୬ ୱିକେଟ ବିନିମୟରେ ୩୬୭ ରନ ସଂଗ୍ରହ କରିନେଇଛି ।

Leave A Reply

Your email address will not be published.