Latest Odisha News

BREAKING NEWS

ସମ୍ପତ୍ତି ପାଇଁ ପ୍ରେମିକା ସହ ମିଶି ବାପାକୁ ଜୀଅନ୍ତା ଜାଳିଦେଲେ

ଲକ୍ଷ୍ନୌ: ଲକ୍ଷ୍ନୌର ରାମପୁର ଗଡୀ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ପ୍ରେମିକାଙ୍କ ସହ ମିଶି ବାପା ରାମୁକୁ ଅତି ନିର୍ମମ ଭାବେ ହତ୍ୟା କରିଛି ପୁଅ। ସେ ଏକ ମାସ ପୂର୍ବରୁ ଏଥିପାଇଁ ଯୋଜନା ବନାଇଥିଲା।

ରାମୁ ବଡ ପୁଅକୁ ସମ୍ପତ୍ତିରୁ ବେଦଖଲ କରି ଦେଇଥିଲେ। ଯାହା ପରେ ସେ ଗର୍ଲଫ୍ରେଣ୍ଡ ମାଧ୍ୟମରେ ବାପାଙ୍କୁ ବ୍ଲାକମେଲ କରିବାକୁ ଚେଷ୍ଟା କରିଥିଲା। ହେଲେ ବିଫଳ ହେବାରୁ ସେ ଆଉ ଏକ ପ୍ଲାନ ବନେଇଥିଲା ବାପାକୁ ରାସ୍ତାରୁ ହଟାଇବା ପାଇଁ।

ଗୋଟେ ଦିନ ତାଙ୍କ ବାପା ଚାଷ ଜମିକୁ ଯାଇଥିବା ବେଳେ ସେ ତାଙ୍କୁ ଚାପୁଡ଼ା ମାରି ବୋରୱେଲକୁ ଠେଲି ଦେଇଥିଲା। ଆହତ ଅବସ୍ଥାରେ ରାମୁ ଚିତ୍କାର କରିବାରୁ ବଦମାସ ପୁଅ ନଡ଼ା ଜଳାଇ ତାଙ୍କ ଉପରେ ଫୋପାଡିବାରେ ଲାଗିଥିଲା। ଏହି ଘଟଣାରେ ପୋଲିସ ପଚରାଉଚରା କରିବାରୁ ବଡ଼ ପୁଅ ଧର୍ମେଶ ସତ ମାନି ଯାଇଥିଲେ। ଯାହା ପରେ ପୋଲିସ ଧର୍ମେଶ ଏବଂ ତା ଗର୍ଲଫ୍ରେଣ୍ଡକୁ ଗିରଫ କରି ଜେଲକୁ ପଠାଇଦେଇଛି।

ରାମୁ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିଲା। ଫଳରେ ସେ ୨୦ ବର୍ଷ ପୂର୍ବେ ତାଙ୍କ ପତ୍ନୀଙ୍କଠାରୁ ଅଲଗା ହୋଇଥିଲେ। ଦୁଇ ପୁଅ ତାଙ୍କ ମା ସହ ଅଲଗା ରହୁଥିବା ବେଳେ ରାମୁ ଝିଅକୁ ବିବାହ କରାଇ ଦେଇଥିଲା।

 

Comments are closed.