Latest Odisha News

BREAKING NEWS

ସାଧାରଣ ନିର୍ବାଚନ ପାଇଁ ଓଡିଶାରେ ପହଞ୍ଚିଲା ଇଭିଏମ୍ ମେସିନ୍

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୩୦ ହଜାରରୁ ଉର୍ଦ୍ଧ ଇଭିଏମ୍ ମେସିନ୍ ଗୁଡିକ ଓଡିଶାରେ ପହଚିଂଲା । ରାଜ୍ୟର ୧୩ଟି ଜିଲ୍ଲା ପାଇଁ ଏହି ଇଭିଏମ୍ ମେସିନ୍ ଗୁଡିକ ଝାରସୁଗୁଡାରେ ପହଚିଂଛି ।

କଟକ, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, କେନ୍ଦୁଝର, ସୁବର୍ଣ୍ଣପୁର, ବଲାଙ୍ଗୀର, ଗଞ୍ଜାମ, ନୂଆପଡା, ନବରଙ୍ଗପୁର ଓ କଳାହାଣ୍ଡି ଆଦି ଜିଲ୍ଲା ପାଇଁ ମୋଟ ୭୦ଟି କଣ୍ଟେନରରେ ମେସିନ୍ ଗୁଡିକ ଆସିଛି ।

ଏହି ମେସିନ୍ ଗୁଡିକ ଉତ୍ତରପ୍ରଦେଶରୁ ଆସି ଝାରସୁଗୁଡା ଷ୍ଟେସନରେ ପହଚିଂବା ପରେ ସେଠାରୁ ଝାରସୁଗୁଡା କଣ୍ଟେନର କର୍ପୋରେସନ୍ ୟାର୍ଡରେ ରଖାଯାଇଛି । ଆସନ୍ତା ୧୭ ତାରିଖରେ ଏହି ଭୋଟିଙ୍ଗ୍ ମେସିନ୍ ଗୁଡିକୁ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯିବାର ସୂଚନା ମିଳିଛି ।

Leave A Reply

Your email address will not be published.