Latest Odisha News

ଏଣିକି କାମର କ୍ୱାଲିଟି ଚେକିଂ କରିବ ମୋବାଇଲ ଲାବ୍ରୋଟୋରୀ ଇନ୍ସପେକ୍ସନ ୟୁନିଟ୍, ଶୁଭାରମ୍ଭ କଲେ ପୂର୍ତ୍ତ ମନ୍ତ୍ରୀ

ଭୁବନେଶ୍ବର: କ୍ୱାଲିଟି ଚେକିଂ କରିବ ମୋବାଇଲ ଲାବ୍ରୋଟୋରୀ। ପୂର୍ତ୍ତ ବିଭାଗ ପ୍ରକଳ୍ପଗୁଡିକର କ୍ୱାଲିଟି ତନଖି ପାଇଁ ମଙ୍ଗଳବାର ଆରମ୍ଭ ହୋଇଛି ମୋବାଇଲ ଲାବ୍ରୋଟୋରୀ ଇନ୍ସପେକ୍ସନ ୟୁନିଟ୍। ଲୋକସେବା ଭବନ ପରିସର ମଧ୍ୟରେ ପୂର୍ତ୍ତ ବିଭାଗ ତରଫରୁ ପୂର୍ତ୍ତ ବିଭାଗୀୟ ବିଭିନ୍ନ ପ୍ରକଳ୍ପ ଗୁଡିକର କ୍ୱାଲିଟି ଚେକିଂ ପାଇଁ ନିର୍ମିତ ମୋବାଇଲ ୟୁନିଟ ଭ୍ୟାନକୁ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏଣିକି ରୋଡ଼, ବିଲଡିଂ, କିମ୍ବା କଂକ୍ରିଟ ରାସ୍ତାର କ୍ୱାଲିଟି ଚେକ୍ ପାଇଁ ଆଉ ଅଧିକ ସମୟ ନଷ୍ଟ ହେବନାହିଁ ।

ଏହି ମୋବାଇଲ ୟୁନିଟ୍‌ରେ ରହିଛି ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ଏହି ଗାଡିରେ ୧୬ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ମୋବାଇଲ ଭେହିକିଲରେ ଅଟୋମେଟିକ୍ ଏବଂ ଡିଜିଟାଲ କଂକ୍ରିଟ୍ ଟେଷ୍ଟ ହାମର, ନନ୍ ନ୍ୟୁକ୍ଲିୟର ସଏଲ୍ ଡେନ୍‌ସିଟି ଗଜ, ଡିଜିଟାଲ ରୋଡ଼ ମାର୍କିଂ ଥିକନେସ ଗଜ ଭଳି ବ୍ୟବସ୍ଥା ରହିଛି ।

ତେବେ ପ୍ରତି ମୋବାଇଲ ୟୁନିଟ୍ ପିଛା ୫ ବର୍ଷରେ ୪ କୋଟି ୨୬ ଲକ୍ଷ ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ। ଆଜି ପାଇଲଟ୍ ପ୍ରୋଜେକ୍ଟ ଭାବେ ଗୋଟିଏ ମୋବାଇଲ ଭ୍ୟାନର ଶୁଭରମ୍ଭ ହୋଇଥିବା ବେଳେ ଆଗକୁ ଏହି ୟୁନିଟ୍‌ ସଂଖ୍ୟା ବୃଦ୍ଧି କରାଯିବ ବୋଲି ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।

ଅନ୍ୟପଟେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଚାଲୁଥିବା କାର୍ଯ୍ୟଗୁଡିକ ନିର୍ଦ୍ଧିଷ୍ଟ ସମୟରେ ସାରିବାକୁ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଠିକାଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ଠିକାଦାର ସମୟ ସୀମା ଭିତରେ କାମ ନ ସାରିଲେ ସେମାନଙ୍କ ବିରୋଧରେ କଡା ଆକ୍ସନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଆଜି ବିଭିନ୍ନ ପ୍ରକଳ୍ପର ସମୀକ୍ଷା ପରେ ମନ୍ତ୍ରୀ ଠିକାଦାରମାନଙ୍କୁ ନିର୍ଦ୍ଦେଶ ଦେବା ସହିତ କଡା ଚେତାବନୀ ଦେଇଛନ୍ତି। ତେବେ ପ୍ରକଳ୍ପ କାମ ପାଇଁ ବିଭାଗ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

Comments are closed.