Latest Odisha News

BREAKING NEWS

ଲଗାଣ ବର୍ଷାରେ ଧୋଇଗଲା ପୋଲ: ରାୟପୁର-ଗୋପାଳପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

କନ୍ଧମାଳ : ପ୍ରବଳ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ । କନ୍ଧମାଳ ଜିଲ୍ଲାର ବାଲିଗୁଡା ନିକଟସ୍ଥ ସିତାପଡି ଠାରେ ପୁର୍ନନିମାଣ ହେଉଥିବା ଜାତୀୟ ରାଜପଥ ରାସ୍ତା ଧୋଇ ହୋଇଯାଇଛି । ଗତକାଲି ଠାରୁ କନ୍ଧମାଳ ଜିଲ୍ଲାରେ ଲଘୁଚାପ ଯୋଗୁଁ ଲଗାଣ ବର୍ଷା ଜାରି ରହିଛି ।

ସୂଚନା ଅନୁଯାୟୀ ଅତ୍ୟଧିକ ବର୍ଷା ଯୋଗୁଁ ୫୯ ନମ୍ବର ଜାତୀୟ ରାଜପଥର ସୀତାପଡି ନିକଟସ୍ଥ ଏହି ରାସ୍ତା ଧୋଇଯାଇଛି । ରାସ୍ତା ଧୋଇ ହୋଇଯିବା ଯୋଗୁଁ ରାୟପୁର-ଗୋପାଳପୁର ମଧ୍ୟରେ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି । ବାଲିଗୁଡା ରୁ କଳାହାଣ୍ଡି ଓ ରାୟଗଡା ଜିଲ୍ଲାକୁ ଗାଡି ଚଳାଚଳ ତଥା ଯାତାୟାତ ପୂରାପୂରି ବନ୍ଦ ରହିଛି ।

ରାସ୍ତାର ଉଭୟ ପାଶ୍ୱର୍ରେ ଶହଶହ ସଂଖ୍ୟାରେ ଗାଡିମଟର ଅଟକି ରହିଛି ଏବଂ ବସ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଫଳରେ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Leave A Reply

Your email address will not be published.