Latest Odisha News

BREAKING NEWS

ମହାକୁମ୍ଭରେ ଡଙ୍ଗା ଚାଳକଙ୍କ ପାଇଁ ଖୁସି ଖବର, ବଢିଲା ଡଙ୍ଗା ଭଡା

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆସନ୍ତା ଜାନୁୟାରୀ ୧୩ରୁ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ ମେଳା । ଆଉ ଏହାରି ଭିତରେ ଡଙ୍ଗା ଚାଳକଙ୍କ ପାଇଁ ଆସିଛି ଖୁସି ଖବର । ଡଙ୍ଗା ଚାଳକଙ୍କ ଆୟ ବୃଦ୍ଧି କରିବାକୁ ଡଙ୍ଗା ଭଡା ୫୦ ପ୍ରତିଶତ ବୃଦ୍ଧି କରିଛନ୍ତି ମେଳା ପ୍ରଶାସନ । ଅତିରିକ୍ତ ଜିଲ୍ଲାପାଳ ବିବେକ ଚତୁର୍ବେଦୀଙ୍କ କହିବା ଅନୁଯାୟୀ, ମେଳାରେ ଚାଲିବାକୁ ଥିବା ସମସ୍ତ ଡଙ୍ଗାର ଭଡା ୫୦ ପ୍ରତିଶତ ବୃଦ୍ଧି କରାଯାଇଛି। ଦୀର୍ଘ ସମୟ ଧରି ନାବିକମାନେ ଭଡା ବୃଦ୍ଧି ପାଇଁ ଦାବି କରୁଥିଲେ। ପ୍ରୟାଗ ଜିଲ୍ଲା ନାବିକ ସଂଘ ଏବଂ ନ୍ୟାୟ ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ନାବିକ ସଂଘର କହିବା ଅନୁସାରେ, ମୁଦ୍ରାସ୍ଫୀତି ବୃଦ୍ଧି ସତ୍ତ୍ଵେ ମଧ୍ୟ ବହୁ ବର୍ଷ ଧରି ଡଙ୍ଗା ଭଡା ବୃଦ୍ଧି ହୋଇନାହିଁ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନର ଏହି ନିଷ୍ପତ୍ତି ନାବିକମାନଙ୍କ ସ୍ୱାର୍ଥରେ ଅଛି। ତେବେ ଡଙ୍ଗାର ଭଡା ବୃଦ୍ଧି କରିବା ପରେ ଏହା ନିଶ୍ଚିତ ହେବ ଯେ ନିର୍ଦ୍ଦିଷ୍ଟ ଭଡାଠାରୁ କୌଣସି ଭକ୍ତଙ୍କଠାରୁ ଅଧିକ ଶୁଳ୍କ ଆଦାୟ କରାଯିବ ନାହିଁ। ଏଥିପାଇଁ ଡଙ୍ଗା ଭଡାର ଏକ ନୂତନ ତାଲିକା ପ୍ରସ୍ତୁତ କରାଯାଉଛି।

ପ୍ରଶାସନର କହବା ଅନୁସାରେ, ଏହି ତାଲିକା ସମସ୍ତ ଘାଟ ଏବଂ ପାର୍କିଂ ସ୍ଥାନରେ ଲାଗିବ । ପ୍ରମୁଖ ସ୍ନାନ ପର୍ବରେ ମଧ୍ୟ ଡଙ୍ଗା ଚଲାଯାଇପାରିବ ମାତ୍ର ମୋଟର ଚାଳିତ ଡଙ୍ଗା ଉପରେ ପ୍ରତିବନ୍ଧକ ଲଗାଯିବ। ସ୍ନାନ ପର୍ବରେ ପାଣିପାଗ ଏବଂ ଭିଡ଼ ପରିସ୍ଥିତିକୁ ଦୃଷ୍ଟିରେ ରଖି ଡଙ୍ଗା ଚଲାଇବା ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ପ୍ରୟାଗର ସଙ୍ଗମରେ ୧୪୫୫ଟି ଡଙ୍ଗା ଚାଲୁଛି । ମହାକୁମ୍ବ ସମୟରେ, ନିକଟ ଜିଲ୍ଲାମାନଙ୍କରୁ ଡଙ୍ଗା ଆସିବା ପରେ ଡଙ୍ଗା ସଂଖ୍ୟା ୪୦୦୦ ଅତିକ୍ରମ କରିପାରେ । ସମସ୍ତ ନାବିକଙ୍କ ଡଙ୍ଗା ଯାଞ୍ଚ କରିବା ପରେ ସେମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯିବ। ସେମାନଙ୍କୁ ଲାଇଫ୍ ଜ୍ୟାକେଟ୍ ମଧ୍ୟ ଯୋଗାଇ ଦିଆଯିବ । ଏପରିକି ସମସ୍ତ ନାବିକମାନେ ୨ ଲକ୍ଷ ଟଙ୍କାର ବୀମା କଭରର ସୁବିଧା ମଧ୍ୟ ପାଇବେ ।

Leave A Reply

Your email address will not be published.