Latest Odisha News

BREAKING NEWS

ସରିଲା ମହାରାଷ୍ଟ୍ର ମହାନାଟକ; ଝାଡ଼ଖଣ୍ଡ ନିର୍ବାଚନ ଉପରେ ଏବେ ସମସ୍ତଙ୍କ ଦୃଷ୍ଟି

ରାଞ୍ଚି: ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶପଥ ଗ୍ରହଣ କରିବା ପରେ ଏବେ ଏନଡ଼ିଏ ଓ ୟୁପିଏର ଦୃଷ୍ଟି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଉପରେ ରହିଛି । ଆଦିବାସୀ ଜନବହୁଳ ଏହି ରାଜ୍ୟ ପ୍ରାକୃତିକ ଖଣିଜ ପଦାର୍ଥ ଲାଗି ସମଗ୍ର ଦେଶରେ ପ୍ରସିଦ୍ଧି ଲାଭ କରିପାରିଛି । ଝାଡ଼ଖଣ୍ଡରେ ୫ଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବାବେଳେ ଆସନ୍ତା ୩୦ ତାରିଖରେ ହେଉଛି ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ।

ମହାରାଷ୍ଟ୍ରରେ ଏକ ଅଣ-ବିଜେପି ସରକାର ଗଠିତ ହେବା ସହିତ ଭାରତୀୟ ରାଜନୈତିକ ଉଷ୍ମତା ହ୍ରାସ ନ’ଘଟି ବରଂ ବୃଦ୍ଧି ଘଟିବାରେ ଲାଗିଛି । ମହାରାଷ୍ଟ୍ରରେ ନିର୍ବାଚନ ପୂର୍ବରୁ ଏନଡ଼ିଏ ମେଣ୍ଟ ଗଠିତ ହୋଇ ଶିବସେନା ଓ ବିଜେପି ମିଳିତ ଭାବେ ନିର୍ବାଚନ ଲଢିଥିଲେ । ମାତ୍ର ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା ଓ ବିଜେପି ମଧ୍ୟରେ ଟଣା-ଓଟରା ହୋଇ କ୍ରମେ ସମ୍ପର୍କ ଛିନ୍ନ ହୋଇଥିଲା । ଏହି ଦୁଇଦଳ ବିଧାନସଭାରେ ସରକାର ଗଠନ କରିବାକୁ ଆବଶ୍ୟକୀୟ ବହୁମତ ହାସଲ କରିଥିଲେ ମଧ୍ୟ ସରକାର ଗଠନ କରିପାରିଲେ ନାହିଁ । ଅନେକ ଦିନ ଧରି କଂଗ୍ରେସ ଓ ଏନସିପି କ୍ଷମତା ବାହାରେ ରହିଥିବା ବେଳେ ଏହିପରି ଏକ ସୁଯୋଗର ଅପେକ୍ଷାରେ ଥିଲେ । ତେବେ ଯାହାବି ହେଉ ଏନସିପି-ଶିବସେନା ଏବଂ କଂଗ୍ରେସର ଏକ ମିଳିତ ସରକାର ଗଠନ ହେବା ସହିତ ମୁଖ୍ୟମନ୍ତ୍ରୀଙ୍କ ସମେତ ଏହି ତିନିଟି ଦଳରୁ ସମୁଦାୟ ୬ ଜଣ ପ୍ରଥମ ପର୍ଯ୍ୟାୟରେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି ।

ଏହି ରାଜନୈତିକ ପରିସ୍ଥିତିରୁ ଗୋଟିଏ କଥା ସହଜରେ ଅନୁମେୟ ଯେ, ସାଧାରଣ ନିର୍ବାଚନରେ ସାରାଦେଶରେ ବିଜେପି ସବୁଠାରୁ ଭଲ ପ୍ରଦର୍ଶନ କରି ପୁଣି କେନ୍ଦ୍ରରେ କ୍ଷମତା ହାସଲ କରିପାରିଥିଲା । ଖାଲି ସେତିକି ନୁହେଁ ଗୁଜରାଟ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା । ମାତ୍ର ଗୁଜରାଟରେ ପୁଣି କ୍ଷମତା ହାସଲ କରିଥିବା ବେଳେ ଅନ୍ୟ ଦୁଇରାଜ୍ୟରେ ସରକାର ଗଠନ କରିବାକୁ ଆବଶ୍ୟକୀୟ ସଂଖ୍ୟାଗରିÂତା ହାସଲ କରିନପାରି ବିରୋଧୀ ଆସନରେ ବସିଥିଲା ।

ସବୁଠାରୁ ବଡ଼କଥା ହେଲା ଏନଡ଼ିଏରେ ଥିବା କିଛି ସହଯୋଗୀ ଦଳଗୁଡ଼ିକ ସହିତ ଏବେ ସମ୍ପର୍କ ବିଶେଷ ଭଲ ନାହିଁ । ରାମବିଳାଶ ପାଶ୍ୱାନଙ୍କ ଏଲଜେପି ହେଉ ବା ନିତିଶ କୁମାରଙ୍କ ଜନତାଦଳ ୟୁନାଇଟେଡ଼ ଦଳ ବିଜେପି ସହିତ ଏବେ ଆଗଭଳି ଆଉ ସମ୍ପର୍କ ନାହିଁ । ମହାରାଷ୍ଟ୍ରରେ ବିଜେପିର ବଡ଼ଭାଇ ପଣିଆକୁ ସ୍ୱୀକାର ନକରି ଶିବସେନା ଦୀର୍ଘଦିନର ସମ୍ପର୍କ ଛିନ୍ନ କଲା ।

ଝାଡ଼ଖଣ୍ଡରେ ଆଉ ୨ ଦିନ ପରେ ନିର୍ବାଚନ ଅନୁÂିତ ହେବାକୁ ଯାଉଥିବା ବେଳେ ପଶ୍ଚିମବଙ୍ଗରେ ଅନୁÂିତ ହୋଇଥିବା ବିଧାନସଭା ଉପ ନିର୍ବାଚନରେ ମମତାଙ୍କ ଟିଏମସିଠାରୁ ବିଜେପିର ୩-୦ ପରାଜୟ ଦଳକୁ ଏକପ୍ରକାର ଚିନ୍ତାରେ ପକାଇଦେଇଛି । କାରଣ ପଶ୍ଚିମବଙ୍ଗରେ ଗତ ଲୋକସଭା ନିର୍ବାଚନରେ ବିଜେପି ଟିଏମସିକୁ ଟକ୍କର୍ ଦେଇ ନିର୍ବାଚନ ଲଢିବା ସହିତ ଆଶାଠୁଁ ଅଧିକ ଆସନ ମଧ୍ୟ ଜିତିପାରିଥିଲା ।

ଏହିସବୁ ରାଜନୈତିକ ପରିବର୍ତ୍ତନ ଯୋଗୁଁ ଏହାର ପ୍ରଭାବ ଝାଡ଼ଖଣ୍ଡ ନିର୍ବାଚନରେ ପଡ଼ିପାରେ ବୋଲି ୟୁପିଏ ବିଶ୍ୱାସ କରିବା ସ୍ୱାଭାବିକ । ଶାସକ ବିଜେପି ସହିତ ଆଞ୍ଚଳିକ ଦଳ ଆଜସୁ ଏନଡ଼ିଏ ମେଣ୍ଟ ପକ୍ଷରୁ ନିର୍ବାଚନ ଲଢୁଛନ୍ତି । ସେପଟେ ଜେଏମଏମ ଏବଂ କଂଗ୍ରେସର ୟୁପିଏ ମେଣ୍ଟରେ ସାମିଲ୍ ହୋଇଛି ଆରଜେଡ଼ି । ତେଣୁ ଏଥର ନିର୍ବାଚନରେ ଶାସକ ବିଜେପିକୁ ୟୁପିଏ ମେଣ୍ଟ ସହିତ କଡ୍ଡା ମୁକାବିଲା ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଦେଖିବାକୁ ଗଲେ ପୂର୍ବରୁ ଝାଡ଼ଖଣ୍ଡ ମୁକ୍ତିି ମୋର୍ଚ୍ଚା ମଧ୍ୟ ରାଜ୍ୟକୁ ଶାସନ କରିଥିଲା । ମାତ୍ର ଝାଡ଼ଖଣ୍ଡର ଜନସାଧାରଣ ଶିବୁ ସୋରେନଙ୍କ ଜେଏମଏମକୁ ପତ୍ୟାଖ୍ୟାନ କରି ଭୋଟର୍ ବିଜେପିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଶାସନ ଗାଦିରେ ବସାଇଥିଲେ । ଏବେ ବିଜେପି ସେହି ପରିସ୍ଥିତିର ସମ୍ମୁଖୀନ ହେବାର ସମ୍ଭାବନା ରହିଛି ବୋଲି ରାଜନୈତିକ ବିଶାରଦ ଅନୁମାନ କରୁଛନ୍ତି । ହାତଗଣତି ଆଉ ଦିନ କେଇଟା ପରେ ଭୋଟଗ୍ରହଣ ହେବାକୁ ଥିବା ବେଳେ ଭାରତୀୟ ଜନତା ପାର୍ଟି ମହାରାଷ୍ଟ୍ର ପରି ବଡ଼ ରାଜ୍ୟରେ ଅନ୍ୟ ଦଳଠାରୁ ଏକଘରିକିଆ ହୋଇଯିବାର ପରିସ୍ଥିତି ଭୋଟଦାନରେ ପଡ଼ିପାରେ ବୋଲି ବିଶାରଦ ଆକଳନ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନୀ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ରଘୁବର ଦାସ ବିଜେପି ପୁନର୍ବାର କ୍ଷମତା ଦଖଲ କରିପାରିବ ବୋଲି ଆଶା ବାନ୍ଧିଛନ୍ତି । ବହୁ ପ୍ରତିକ୍ଷୀତ ଅଯୋଦ୍ଧା ରାମ ଜନ୍ମଭୂମି ଶୁଣାଣିକୁ ପ୍ରସଙ୍ଗ କରି ନିର୍ବାଚନ ଜିତିବାକୁ ଆଶା ବାନ୍ଧିଥିବା ବେଳେ ମହାରାଷ୍ଟ୍ର ରାଜନୀତିରେ ବିଜେପିର ପରିସ୍ଥ୍ିତିକୁ ନଜର ରଖି ଏବେ ରଘୁବର ଦ୍ୱିଧାରେ ପଡ଼ିବା ସ୍ୱାଭାବିକ ।

୫ଟି ପର୍ଯ୍ୟାୟରେ ରାଜ୍ୟ ବିଧାନସଭା ନିର୍ବାଚନ ଅନୁÂିତ ହେଉଥିବା ବେଳେ ମହାରାଷ୍ଟ୍ର ରାଜନୀତିରେ ଉତଥାନ ପତ୍ତନ ଝାଡ଼ଖଣ୍ଡ ଭୋଟରଙ୍କୁ ଏହା କିପରି ପ୍ରଭାବିତ କରିବ ତାହା ନିର୍ବାଚନ ଫଳାଫଳରୁ ହିଁ ଜଣାପଡ଼ିବ ଏଥିରେ ତିଳେ ହେଲେ ସନେ୍ଦହ ନାହିଁ ।

Leave A Reply

Your email address will not be published.