Latest Odisha News

BREAKING NEWS

ଝାଡ଼ଖଣ୍ଡ ନିର୍ବାଚନ: କେଉଁ ଦଳର କ’ଣ ଇସ୍ତାହାର ଜାଣନ୍ତୁ

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଆସନ୍ତା ୩୦ ତାରିଖରେ ଆରମ୍ଭ ହୋଇ ୫ଟି ପର୍ଯ୍ୟାୟରେ ଭୋଟଗ୍ରହଣ ହେବ । ଭୋଟଗ୍ରହଣ ପୂର୍ବରୁ  ଉଭୟ ଏନଡ଼ିଏ ଏବଂ ୟୁପିଏ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି ।

ଶାସକ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦଳର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଦଳର ନିର୍ବାଚନ ଇସ୍ତାହାର ପ୍ରକାଶ କରିଛନ୍ତି । ଏହି ନିର୍ବାଚନୀ ଇସ୍ତାହାରରେ ରାଜ୍ୟର ସମସ୍ତ ଗରିବ ଜନସାଧାରଣଙ୍କ ଆର୍ଥିକ ବିକାଶ ଲାଗି ଏହି ଇସ୍ତାହାରରେ ଗୁରୁତ୍ୱ ପ୍ରଦାନ କରାଯାଇଛି ।

ବିଜେପି ଯଦି ପୁଣି ଥରେ କ୍ଷମତାକୁ ଆସେ, ରାଜ୍ୟରେ ବିପିଏଲ ତାଲିକାଭୁକ୍ତ ସମସ୍ତ ପରିବାରରୁ ନିଶ୍ଚିତ ଜଣେ ସଦସ୍ୟଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବାକୁ ଏହି ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଛି ।

ରାଜ୍ୟରେ ଥିବା ପଛୁଆବର୍ଗର ସମସ୍ତ ଗରିବ ପରିବାରରେ ଥିବା ସ୍କୁଲ ଛାତ୍ରଛାତ୍ରୀମାନଙ୍କ୍ୁ ପାଠ ପଢିବାକୁ ଆର୍ଥିକ ସହାୟତା ପ୍ରଦାନ କରାଯିବାକୁ ଏହି ଇସ୍ତାହାରରେ ପ୍ରକାଶିତ ହୋଇଛି ।

ସେହିପରି ଭାବେ ୟୁପିଏର ମୁଖ୍ୟ ଅଂଶିଦାର ଭାବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଦଳର କାର୍ଯ୍ୟକାରୀ ସଭାପତି ତଥା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେମନ୍ତ ସୋରେନ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି ।

ଯଦି ଏହି ନିର୍ବାଚନ ଜିତି ଦଳ କ୍ଷମତାକୁ ଆସେ ତେବେ ରାଜ୍ୟର ସମସ୍ତ ମହିଳା ମାନଙ୍କୁ ରୋଷେଇ ଚୁଲା ଖର୍ଚ୍ଚ ଭାବେ ୨,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବ । ସେହିପରି ଭାବେ ମହିଳାମାନଙ୍କ ଶିକ୍ଷାକୁ ଦୃଷ୍ଟିରେ ରଖି ଏହି ଇସ୍ତାହାରରେ ଗୁରୁତ୍ୱ ପ୍ରଦାନ କରାଯାଇଛି ।

ରାଜ୍ୟର ସମସ୍ତ ମହିଳାମାନଙ୍କୁ ପ୍ରାଥମିକ ସ୍ତରରୁ ପିଏଚଡ଼ି ଡିଗ୍ରୀ ପର୍ଯ୍ୟନ୍ତ ମାଗଣା ଶିକ୍ଷାଦାନ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ଜେଏମଏମ ପକ୍ଷରୁ ପ୍ରକାଶିତ ଇସ୍ତାହାରରେ ପ୍ରକାଶିତ ହୋଇଛି ।

ସେହିପରି ଭାବେ ଜେଏମଏମର ମୁଖ୍ୟ ସହଯୋଗୀ କଂଗ୍ରେସ ଦଳ ମଧ୍ୟ ଇତିମଧ୍ୟରେ ଦଳ ପକ୍ଷରୁ ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛି । ଝାଡ଼ଖଣ୍ଡ ରାଜ୍ୟର କଂଗ୍ରେସ ପ୍ରଭାରୀ ଆରପିଏନ ସିଂହ ରାଜ୍ୟ ରାଜଧାନୀ ରାଞ୍ଚିଠାରେ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି ।

ଝାଡ଼ଖଣ୍ଡ ନିର୍ବାଚନ ପୂର୍ବରୁ କଂଗେସ ତା’ର ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇ କହିଛି, ସମସ୍ତ ଋଣଗ୍ରସ୍ତ ଚାଷୀଙ୍କ ଋଣ ଛାଡ଼ କରାଯିବ । ରାଜ୍ୟର କୃଷକଙ୍କ ହିତସାଧନ ନିମନ୍ତେ ଏହି ଇସ୍ତାହାରରେ ଦଳ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଇଛି । ଦଳ କ୍ଷମତାକୁ ଆସିଲେ ‘କିଶାନ ଫସଲ ବିମା’ ଯୋଜନାକୁ କାର୍ଯ୍ୟକାରୀ କରାଯାଇ କୃଷିକୁ ପ୍ରୋତ୍ସାହନ ଦିଆଯିବ ବୋଲି ଇସ୍ତାହାରରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.