Latest Odisha News

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ରେଡ୍

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେଡ୍ କରିଛି। ପ୍ରାୟ ୧୦ ଘଣ୍ଟା ଧରି ନିରଞ୍ଜନଙ୍କ ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ବାସଭବନରେ ତନଖି କରିଥିଲା ଇଡି ଟିମ୍‌।

ତେବେ ୧୦ ଘଣ୍ଟାର ରେଡ୍ ପରେ ନିରଞ୍ଜନଙ୍କ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଇଡିକୁ ମିଳିଥିବା ସୂଚନା ମିଳିଛି। ବେଆଇନ୍ ଅର୍ଥ କାରାବାର ନେଇ ଇଡି ପକ୍ଷରୁ ଏହି ଚଢାଉ କରାଯାଇଥିବା ଚର୍ଚ୍ଚା ହେଉଛି।

ନିରଞ୍ଜନଙ୍କ ନୟାପଲ୍ଲୀ ଘର ସହିତ ଭୁବନେଶ୍ୱରର ଆଉ ଏକ ସ୍ଥାନ ଓ ଦିଲ୍ଲୀ ସ୍ଥିତ ଘରେ ମଧ୍ୟ ଆଜି ଏକକାଳୀନ ରେଡ୍ କରିଛି ଇଡି। ତେବେ ଏହି  ଚଢ଼ାଉ କ’ଣ ପାଇଁ ହୋଇଥିଲା, ସେନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନା ଅନୁସାରେ, ନିରଞ୍ଜନଙ୍କ ଭାଇଙ୍କ ଘରେ ବି ଇଡି ରେଡ୍‌ ହୋଇଛି। ରାଉରକେଲାରେ ତାଙ୍କ ଭାଇ ଡି.ଆର୍ ପଟ୍ଟନାୟକଙ୍କ ଘରେ ରେଡ୍ ହୋଇଛି। ସେଠାରେ ପ୍ରାୟ ୨ ଘଣ୍ଟା ଧରି ଇଡି ଅଧିକାରୀମାନେ ରେଡ୍ କରିଥିଲେ। ତେବେ କାହିଁକି ଏହି ରେଡ୍ ହୋଇଥିଲା, ସେ ନେଇ ସମ୍ପର୍କରେ ସୂଚନା ମିଳିନାହିଁ।

Comments are closed.