Latest Odisha News

BREAKING NEWS

ଚିନ୍ତା ବଢାଇଲାଣି ‘ଡିଙ୍ଗା ଡିଙ୍ଗା’ ଭାଇରସ୍, ସଂକ୍ରମଣ ହେଉ ହେଉ ଡ୍ୟାନ୍ସ କରୁଛନ୍ତି ରୋଗୀ

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ପୁଣି ଏକ ନୂଆ ଭାଇରସ୍ ସମଗ୍ର ବିଶ୍ୱକୁ ଆତଙ୍କିତ କରିଲାଣି । ଯାହାକୁ ନେଇ ଏବେ ଚିନ୍ତା ବଢିଛି । ଏହି ଜୀବାଣୁର ନାମ ହେଉଛି ଡିଙ୍ଗା-ଡିଙ୍ଗା। ଡିଙ୍ଗା ଡିଙ୍ଗାର ଅର୍ଥ ହେଉଛି ‘ନୃତ୍ୟ ପରି ଗତି କରିବା’। ଏହି ରହସ୍ୟମୟ ରୋଗ ମୁଖ୍ୟତଃ ୟୁଗାଣ୍ଡାର ବୁନ୍ଦିବୁଗ୍ୟେ ଜିଲ୍ଲାର ମହିଳା ଏବଂ ଝିଅମାନଙ୍କୁ ଅଧିକ ପ୍ରଭାବିତ କରୁଛି।

ରୋଗୀ ଏଥିରେ ସଂକ୍ରମିତ ହେବା ପରେ ନାଚୁଥିବାର ଦେଖାଯାଉଛି, ସେ ବି ପୁଣି ଅଚେତ୍ ଅବସ୍ଥାରେ । ଏହି ରୋଗରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ଲକ୍ଷଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସାରା ଦେଶରେ ଏହି ରୋଗ ଏବଂ ଏହାର ସଂକ୍ରମଣ ଚିନ୍ତାର ବିଷୟ ପାଲଟିଛି । ଏହି ଭାଇରସର ଇନଫେକ୍ସନରେ ବର୍ତ୍ତମାନ ୪୦୦ରୁ ଅଧିକ ସଂକ୍ରମଣ ମାମଲା ରେକର୍ଡ କରାଯାଇଛି । ତେବେ ଏମାନଙ୍କ ମଧ୍ୟରେ ଅଧିକ ମହିଳା ରହିଛନ୍ତି । ରୋଗର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡି ନଥିବା ବେଳେ ଇନଫ୍ଲୁଏଂଜା, ସିଓଭିଆଇଡି-୧୯, ମ୍ୟାଲେରିଆ ଭଳି ଏହା ଏକ ସଂକ୍ରାମକ ରୋଗ ବୋଲି ଅନୁମାନ କରାଯାଉଛି।

ଉଗାଣ୍ଡା ନିକଟରେ ଥିବା କଙ୍ଗୋ ଦେଶରେ ଏକ ଅଜବ ରୋଗ ବ୍ୟାପୁଛି । ଏହି କାରଣରୁ ଲୋକମାନେ ଜ୍ୱର, ମୁଣ୍ଡବିନ୍ଧା, କାଶ, ନାକ ଚାଲିବା ଏବଂ ଶରୀରରେ ଯନ୍ତ୍ରଣା ଭଳି ଲକ୍ଷଣ ଅନୁଭବ କରୁଛନ୍ତି । କଙ୍ଗୋରେ ୪୦୦ ରୁ ଅଧିକ ଲୋକ ଏହି ରୋଗର ଶିକାର ହୋଇଛନ୍ତି । ଏହି ରହସ୍ୟମୟ ରୋଗ ୩୦ ଜଣଙ୍କ ଜୀବନ ନେଇଛି । ରୋଗକୁ ରୋକିବା ପାଇଁ ଆବଶ୍ୟକୀୟ ଓୗଷଧ ଏବଂ ଟୀକା ମଧ୍ୟ ପ୍ରଦାନ କରାଯାଉଛି। ସାଇଣ୍ଟିଫିକ ଟିମ ସେଠାରେ ପହଞ୍ଚି ଅଧିକ ଗବେଷଣା ଜାରି ରଖିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଆଂଟିବାୟୋଟିକ ଦେଇ ଏହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଉଛି ବୋଲି ସ୍ୱାସ୍ଥ୍ୟ ଅଧିକାରୀ କିୟାତା କ୍ରିଷ୍ଟିଫୋର କହିଛନ୍ତି ।

ଡିଙ୍ଗା ଡିଙ୍ଗାର ପ୍ରାରମ୍ଭିକ ଲକ୍ଷଣ ବିଷୟରେ କହିବାକୁ ଗଲେ ରୋଗୀକୁ ପ୍ରଥମେ ଭୀଷଣ ଜ୍ୱର ହେବା ସହ କମ୍ପ ଆସୁଛି । ଶରୀର ଅତିଶୟ କମ୍ପିତ ହେଉଥିବାରୁ ଚାଲିବା ମଧ୍ୟ କଷ୍ଟକର ହୋଇଯାଉଛି । ତେବେ ଡିଙ୍ଗା ଡିଙ୍ଗା ରୋଗ କେବଳ ଉଗାଣ୍ଡାର ବୁଣ୍ଡିବାଗୋରେ ବ୍ୟାପିଛି । ଆଖପାଖ ଅଞ୍ଚଳରେ ଏହି ରୋଗର କୌଣସି ପ୍ରମାଣ ମିଳିନାହିଁ । ରିପୋର୍ଟ ଅନୁସାରେ, ଡିଙ୍ଗା ଡିଙ୍ଗା ଦ୍ୱାରା ପ୍ରଭାବିତ ରୋଗୀମାନେ ଏକ ସପ୍ତାହ ମଧ୍ୟରେ ସୁସ୍ଥ ହେଉଛନ୍ତି । ତେବେ ଏହି ରୋଗ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଆରମ୍ଭ କରିଛି ।

 

Comments are closed.