Latest Odisha News

BREAKING NEWS

୨୦୨୫ ରେ ଲାଗିବ ୨ଟି ପରାଗ; ଜାଣନ୍ତୁ ଏହା କେବେ ଏବଂ ଏହାର ସମୟ

ଭୁବନେଶ୍ଵର: ହିନ୍ଦୁ ଧର୍ମରେ ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟ ପରାଗକୁ ଅଶୁଭ ବୋଲି ବିବେଚନା କରାଯାଇଏ । ଯେଉଁଥି ପାଇଁ ଏହି ଦିନ ମାନଙ୍କରେ କୌଣସି ପ୍ରକାର ଶୁଭ କାର୍ଯ୍ୟ କରାଯାଏ ନାହିଁ । ତେବେ ଆଉ କିଛି ଦିନ ପରେ ନୂତନ ବର୍ଷ ୨୦୨୫ ଆରମ୍ଭ ହେବାକୁ ଯାଉଛି । ତେଣୁ ଲୋକମାନେ ଆଗାମୀ ବର୍ଷରେ କଣ ନୂଆ ହେବାକୁ ଯାଉଛି ତାହା ଜାଣିବାକୁ ଆଗ୍ରହୀ ଅଛନ୍ତି । କେଉଁ ପର୍ବ କେବେ ପଡୁଛି ନୂଆ ବର୍ଷରେ କେତେ ଗ୍ରହଣ-ପରାଗ ଲାଗିବ ଏବଂ ଭାରତରେ କେତେ ଦୃଶ୍ୟମାନ ହେବ? ଏହିପରି ଅନେକ କଥା । ବର୍ତ୍ତମାନ ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଆଧାରରେ, ୨୦୨୫ ମସିହାରେ କେତେ ଗ୍ରହଣ-ପରାଗ ଲାଗିବ ଏବଂ କେବେ ଲାଗିବ । ଏହି ଗ୍ରହଣ ମଧ୍ୟରୁ କେତୋଟି ଭାରତରେ ଦୃଶ୍ୟମାନ ହେବ ସେହି ସବୁ ସମ୍ବନ୍ଧରେ …

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ବର୍ଷରେ ୪ ଟି ଗ୍ରହଣ ଲାଗିବ । ୨ଟି ଚନ୍ଦ୍ରଗ୍ରହଣ ଏବଂ ୨ଟି ସୂର୍ଯ୍ୟ ପରାଗ । ତେବେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ବିଷୟରେ କହିବାକୁ ଗଲେ ଏହା ଚୈତ୍ର ନବରାତ୍ରୀର ଗୋଟେ ଦିନ ପୂର୍ବରୁ ଲାଗିବ ।

ପ୍ରଥମ ସୂର୍ଯ୍ୟ ପରାଗ: ମାର୍ଚ୍ଚ ୨୯ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଏହା ଏକ ଆଂଶିକ ସୂର୍ଯ୍ୟ ଗ୍ରହଣ ହେବ । ପଞ୍ଚାଙ୍ଗ ଅନୁସାରେ ଏହି ସୂର୍ଯ୍ୟ ପରାଗ ଚୈତ୍ର କୃଷ୍ଣପକ୍ଷ ଅମାବାସ୍ୟାରେ ଲାଗିବ । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଏହା ୨୯ ମାର୍ଚ୍ଚ ଦ୍ଵିପହର ୨.୨୧ ରୁ ଆରମ୍ଭ ହୋଇ ସଂନ୍ଧ୍ୟା ୬.୧୪ ପର୍ଯ୍ୟନ୍ତ ରହିବ । ତେବେ ଏହି ପରାଗର ସୂତକ କାଳ ରହିବନାହିଁ ।

ଦ୍ଵିତୀୟ ସୂର୍ଯ୍ୟ ପରାଗ: ୨୦୨୫ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ଗ୍ରହଣ ସେପ୍ଟେମ୍ବର ୨୧ରେ ହେବ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଏହା ମଧ୍ୟ ଏକ ଆଂଶିକ ସୂର୍ଯ୍ୟ ଗ୍ରହଣ ହେବ । ପଞ୍ଚାଙ୍ଗ ଅନୁସାରେ ଏହି ସୂର୍ଯ୍ୟ ପରାଗ ଆଶ୍ଵିନ ମାସ କୃଷ୍ଣପକ୍ଷ ଅମାବାସ୍ୟାରେ ଲାଗିବ । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଏହା ୨୧ ସେପ୍ଟେମ୍ବର ରାତି ୧୧ଟାରୁ ଆରମ୍ଭ ହୋଇ ୨୨ ତାରିଖ ଭୋର ୩ଟା ପର୍ଯ୍ୟନ୍ତ ରହିବ । ତେବେ ଏହି ପରାଗର ମଧ୍ୟ ସୂତକ କାଳ ରହିବନାହିଁ ।

 

Leave A Reply

Your email address will not be published.