Latest Odisha News

BREAKING NEWS

କରନ୍ତୁ ମକରାସାନ; ଦୂର ହେବ ମେରୁଦଣ୍ଡ ସମସ୍ୟା

ଭୁବନେଶ୍ବର: ମକରାସନ ନାମକରଣ କୁମ୍ଭୀର (ମକର) ଶବ୍ଦରୁ ରଖାଯାଇଛି । ଏହି ଆସନ କୁ୍ମ୍ଭୀରର ଶରୀର ରଚନା ଅନୁସାରେ ହୋଇଥିବାରୁ ମକରାସନ କୁହାଯାଏ । ଏହି ମକରାସନର ଲାଭ , ବିଧି ବିଷୟରେ ଆସନ୍ତୁ ଜାଣିବ ।

ପ୍ରତିଦିନ ମକରାସନ କଲେ ଏହି ସବୁ ଲାଭ ମିଳିଥାଏ:-

-ଉଚ୍ଚରକ୍ତଚାପ, ଆସ୍ଥମା ,ସ୍ଲିପ ଡିସ୍କ, ସାଇଟିକା, ମେରୁଦଣ୍ଡ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ ।
-ପାଚନଶକ୍ତି ଠିକ୍ କରେ
-ଅନିଦ୍ରା ଦୂର କରେ
-ଶରୀରରେ ରକ୍ତ ସଞ୍ଚାଳନ ଠିକ୍ କରେ
-ଥକି ଯାଇଥିଲେ ଶରୀରକୁ ଆରାମ ପ୍ରଦାନ କରିବାକୁ ଏହି ଆସନ କରି ପାରିବେ ।

ବିଧି

ଗୋଡ ଲମ୍ବାଇ ପେଟ ମାଡି ଶୋଇ ଯାଆନ୍ତୁ । ମୁଣ୍ଡ ଓ କାନ୍ଧକୁ ଉପରକୁ ଉଠାନ୍ତୁ । କହୁଣିକୁ ଭୂମିରେ ରଖି , ଦୁଇ ହାତ ପାପୁଲିରେ ଥୋମଣିକୁ ଧରି ରଖନ୍ତୁ । ମନ ରଖନ୍ତୁ ମକରାସନ ପ୍ରଭାବ ବେକ, ତଳ ପିଠି ଉପରେ ପଡିଥାଏ । ଯଦି କହୁଣିକୁ ବହୁତ ଆଗରେ ରଖିବେ ବେକରେ ଅଧିକ ପ୍ରେସର ପଡିବ , କହୁଣିକୁ ଯଦି ଛାତି ପାଖରେ ଲଗାଇ ରଖିବେ ତଳି ପିଠିରେ ଅଧିକ ଚାପ ପଡିବ । ଏଣୁ ଏହି ଆସନରେ କହୁଣିକୁ ଏହି ଦୁଇ ଜାଗାର ମଝିରେ ରଖିବେ ଯେମିତି ବେକ ଓ ପିଠିରେ ସମାନ ଚାପ ପଡିବ । ଏହି ସ୍ଥିତିରେ ଯେତେ ସମୟ ପାରିବେ ରହିବେ ଓ ନିଶ୍ବାସପ୍ରଶ୍ବାସ ଉପରେ ଧ୍ୟାନ ଦେବେ ।

ଯଦି ଗୁରୁତର ପିଠି ପୀଡା ଅଛି ଏହି ଆସନ କରନ୍ତୁ ନାହିଁ । ମକରାସନ ପରେ କିଛି ସମୟ ଶବାସାନ ଅବଶ୍ୟ କରନ୍ତୁ ।

Leave A Reply

Your email address will not be published.