Latest Odisha News

BREAKING NEWS

ତୁଷାରପାତରେ ବେହାଲ ଭାରତର ଏହି ସ୍ଥାନ, ବୁଲିବାକୁ ଆସି ଫସିଲେ ପର୍ଯ୍ୟଟକ

ସିମଲା: ହିମାଚଳ ପ୍ରଦେଶ ମନାଲିରେ ପ୍ରବଳ ବରଫ ବର୍ଷା l ବରଫ ବର୍ଷା ଯୋଗୁଁ ଫସିଛନ୍ତି ଶହ ଶହ ପର୍ଯ୍ୟଟକ l ସୋଲାଙ୍ଗରୁ ଅଟଳ ଟନେଲ୍ ମଧ୍ୟରେ ଫସି ରହିଛି ଶତାଧିକ ପର୍ଯ୍ୟଟକ ଗାଡ଼ି l ୧୦୦୦ରୁ ଅଧିକ ଗାଡ଼ି ଫସି ରହିଥିବା ବେଳେ ସେଥିରୁ ପ୍ରାୟ ୭୦୦ ଗାଡ଼ି ଉଦ୍ଧାର ହୋଇଛି l ତେବେ ଖ୍ରୀଷ୍ଟ ମାସ ଓ ନୂଆବର୍ଷ ସେଲିବ୍ରେସନ୍ ଲାଗି ମନାଲି ଯାଉଥିବା ବେଳେ ଏମିତି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ପର୍ଯ୍ୟଟକ l

ସୂଚନା ଅନୁସାରେ, ପ୍ରବଳ ବରଫ ବର୍ଷା କାରଣରୁ ସୋଲାଙ୍ଗ-ଅଟଳ ଟନେଲ ରୋହତାଙ୍ଗ ମଧ୍ୟରେ ଟ୍ରାଫିକ ଜାମ୍ ହୋଇଥିଲା । ଖସଡ଼ା ରାସ୍ତାରେ ଗାଡି ଚଳାଚଳ ପ୍ରଭାବିତ ହୋଇଥିଲା। ହଜାରରୁ ଅଧିକ ଗାଡ଼ି ବହୁ ସମୟ ଧରି ଫସି ରହିଥିବା ବେଳେ ପୋଲିସ ପହଞ୍ଚି ୭ଶହ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଛି। ସେପଟେ ସ୍ଥାନୀୟ ପ୍ରଶାସନ ଦ୍ବାରା ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି l

ତେବେ ପ୍ରତିବର୍ଷ ଏହି ସମୟରେ ହିମାଚଳ ପ୍ରଦେଶରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିଥାଏ l ଆଉ ଏବେ ବଡ଼ଦିନ ଓ ନୂଆ ବର୍ଷ ଛୁଟି ପାଇଁ ହିମାଚଳ ପ୍ରଦେଶରେ ପର୍ଯ୍ୟଟକଙ୍କ ଗହଳି ବଢ଼ିବାରେ ଲାଗିଛି। ଗତ ଡିସେମ୍ବର ୮ତାରିଖରେ ହିମାଚଳ ପ୍ରଦେଶରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଥିବା ବେଳେ ଗତକାଲି ପୁଣି ତୁଷାରପାତ ହୋଇଥିଲା । ତୁଷାରପାତର ମଜା ନେବାକୁ ଚଳିତବର୍ଷ ମନାଲୀ ଅଂଚଳରେ ପ୍ରାୟ ୧୨ ହଜାରରୁ ଅଧିକ ପର୍ଯ୍ୟଟକ ଆସିଛନ୍ତି। ଅଟଳ ଟନେଲ, କୋକସର, ସିରସୁ ସମେତ ଅନ୍ୟ ସ୍ଥାନଗୁଡିକ ବୁଲିବାକୁ ପର୍ଯ୍ୟଟକଙ୍କ ଗହଳି ଲାଗିଛି।

Leave A Reply

Your email address will not be published.