ନୂଆଦିଲ୍ଲୀ: ଟେସଲା ଏବଂ ସ୍ପେସ୍ ଏକ୍ସର ସିଇଓ ତଥା ସୋସିଆଲ୍ ନେଟୱାର୍କିଂ ସାଇଟ ‘ଏକ୍ସ’ର ପ୍ରତିଷ୍ଠାତା ୱିକିପିଡ଼ିଆକୁ ୮,୫୩୯ କୋଟି ଟଙ୍କାର ଅଫର ଦେଇଛନ୍ତି।
ଯଦି ୱିକିପିଡିଆ ନିଜ ନାମ ପରିବର୍ତ୍ତନ କରି ଡିକିପିଡିଆ କରେ ତାହେଲେ ସେ ତାକୁ ୧ ବିଲିୟନ ଡଲାର (ପ୍ରାୟ ୮୫୩୯ କୋଟି ଟଙ୍କା) ଦେବେ ବୋଲି କହିଛନ୍ତି। ତେବେ ଏହି ଅଫର ପ୍ରାୟ ଗୋଟେ ବର୍ଷ ପାଇଁ ଉପଲବ୍ଧ ରହିବ। ଯଦି ୱିକିପିଡିଆ ଏହି ପ୍ରସ୍ତାବ ଗ୍ରହଣ କରେ ତେବେ ସେମାନେ ପ୍ରାୟ ୯ ହଜାର କୋଟି ଟଙ୍କା ରୋଜଗାର କରିପାରିବେ ବୋଲି ଏଲନ୍ ମସ୍କ ଟ୍ୱିଟ୍ କରି କହିଛନ୍ତି।
ଅପରପକ୍ଷରେ ୱିକିପିଡ଼ିଆ ଏପର୍ଯ୍ୟନ୍ତ ଏହି ଅଫର ଉପରେ କୌଣସି ପ୍ରତିକ୍ରିୟା ରଖିନାହିଁ। ତେବେ ଏହି ଅଫର ଗତ ବର୍ଷ ଅକ୍ଟୋବର ମାସରୁ ଦିଆଯାଇଥିଲା କିନ୍ତୁ ୱିକିପିଡିଆ ଏପର୍ଯ୍ୟନ୍ତ ଏହାକୁ ଗ୍ରହଣ କରିନଥିବା ଜଣାପଡିଛି। ଆଗକୁ ୱିକିପିଡ଼ିଆ ଏହାକୁ ଗ୍ରହଣ କରିବ କି ନାହିଁ ତାହା କେବଳ ସମୟ ହିଁ କହିବ।
ମିଡିଆ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ୨୦୨୩ ମସିହାରେ ଏଲନ୍ ମସ୍କ ୱିକିପିଡ଼ିଆକୁ ଏକ ପୋଷ୍ଟ ଲେଖିଥିଲେ ଯେଉଁଥିରେ ମସ୍କ ୱିକିପିଡ଼ିଆ ଫାଉଣ୍ଡେସନ ଦ୍ୱାରା ସେୟାର କରାଯାଇଥିବା କଣ୍ଟେଣ୍ଟ ଉପରେ ପ୍ରତିକ୍ରିୟା ରଖିଥିଲେ। ଏପରିକି ୱିକିପିଡ଼ିଆ ଫାଉଣ୍ଡେସନ କାହିଁକି ଏତେ ଟଙ୍କା ମାଗୁଛି କେହି କେବେ ଭାବିଛନ୍ତି କି? ବୋଲି ମସ୍କ ଏଥିରେ ଉଲ୍ଲେଖ ମଧ୍ଯ କରିଥିଲେ।