ଅକଟାଉ: ଖ୍ରୀଷ୍ଟମାସ ଦିନ ଆଜରବାଇଜାନ ଏୟାରଲାଇନ୍ସ ୮୪୩୨ ବିମାନର ଦୁର୍ଘଟଣା ଖବର ସମଗ୍ର ବିଶ୍ୱକୁ ଚକିତ କରିଦେଇଥିଲା। ଏହି ଘଟଣାରେ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପଛରେ ଋଷର କ୍ଷେପଣାସ୍ତ୍ରର ରହିଛି ବୋଲି ଜଣାପଡିଛି।
ଖବର ଅନୁଯାୟୀ, ବିମାନଟି ଆଜରବାଇଜାନର ରାଜଧାନୀ ବାକୁରୁ ଚେଞ୍ଚିଆର ରାଜଧାନୀ ଗ୍ରୋଜନି ଅଭିମୁଖେ ଯାଉଥିଲା। ଉଡ଼ାଣ ସମୟରେ ଋଷର ନାଉରସ୍କି ଜିଲ୍ଲାରୁ ପନ୍ତସୀର-ଏସ୍ ଏୟାର ଡିଫେନ୍ସରୁ ଏକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ଯାହା ଫଳରେ ବିମାନର କକପିଟ୍ ଗୁରୁତର କ୍ଷତି ହୋଇଥିଲା।
ମିସାଇଲ୍ ମାଡ଼ ପରେ ଏହାର ନାଭିଗେସନ୍ ସିଷ୍ଟମକୁ ଅକାମୀ କରିବା ପରେ ସମୁଦ୍ର ଭିତରକୁ ଖସାଇବାକୁ ଚେଷ୍ଟା କରିଥିଲେ। ଏପରିକି ବିମାନକୁ ଅବତରଣ କରିବା ପାଇଁ ଅନୁମତି ମଧ୍ଯ ଦେଇନଥିଲା ଋଷ।
ତେବେ ଆଜରବାଇଜାନ ଏୟାରଲାଇନ୍ସ ଦାବି କରିଛି ଯେ ବିମାନର ପାଇଲଟ ଆଲେକ୍ସଜାଣ୍ଡାର୍ କଲ୍ୟାଣନୋଭ ଋଷର ତିନୋଟି ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ ଅନୁମତି ମାଗିଥିଲେ, କିନ୍ତୁ ଅନୁମତି ମିଳିନଥିଲା। ଯାହା ପରେ ପାଇଲଟଙ୍କୁ କାଜାଖସ୍ତାନର ଅକଟାଉରେ ବିମାନ ଅବତରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
Comments are closed.