ବରଗଡ଼: ଐତିହାସିକ ବରଗଡ଼ ଧନୁଯାତ୍ରା-୨୦୨୫ ପାଇଁ ବଢିଲା ଅନୁଦାନ। ଅନୁଦାନ ବଢାଇବା ନେଇ ଘୋଷଣା କରିଛନ୍ତି ମୋହନ ସରକାର। ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଆହୁରି ଲୋକପ୍ରିୟ ହେବା ନେଇ ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଛନ୍ତି। ପାରମ୍ପରିକ ଯାତ୍ରାର ପ୍ରଚାର ପ୍ରସାର, କଳାକାରମାନଙ୍କ ସମ୍ମାନ ସହ ଏହାକୁ ଆହୁରି ଭବ୍ୟ କରିବା ପାଇଁ ଅନୁଦାନ ରାଶି ବଢ଼ାଯାଇଛି। ଏହି ରାଶି ୧୦ ଲକ୍ଷରୁ ବଢ଼ାଇ ୧ କୋଟି ଟଙ୍କା କରିଛନ୍ତି ସରକାର।
ଐତିହାସିକ ବରଗଡ଼ ଧନୁଯାତ୍ରା-୨୦୨୫ ହେବ ଆହୁରି ଲୋକପ୍ରିୟ। ଏହି ପାରମ୍ପରିକ ମହାକୁମ୍ଭର ପ୍ରଚାର ପ୍ରସାର, କଳାକାରମାନଙ୍କ ସମ୍ମାନ ସହ ଏହାକୁ ଆହୁରି ଭବ୍ୟ କରିବା ପାଇଁ ରାଜ୍ୟ ସରକାର ଅନୁଦାନ ରାଶି ₹୧୦ ଲକ୍ଷରୁ ₹୧ କୋଟି ବୃଦ୍ଧି କରିବା ସହ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। #Odisha pic.twitter.com/O8opdWFTgE
— CMO Odisha (@CMO_Odisha) December 28, 2024
ଧନୁଯାତ୍ରାରେ ଅଂଶ ଗ୍ରହଣ କରିବାକୁ ଥିବା ୧୭୦ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରାଯିବ। ଧନୁଯାତ୍ରାକୁ UNESCO ଐତିହ୍ୟ ମାନ୍ୟତା ପ୍ରଦାନ ପାଇଁ ବିଶେଷଜ୍ଞ କମିଟି ଗଠନ କରାଯିବ। ଧନୁଯାତ୍ରା ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ ପାଇଁ ସମର୍ପିତ ୱେବସାଇଟ୍ ନିର୍ମାଣ କରାଯିବ। LED ପରଦା ମାଧ୍ୟମରେ ପ୍ରଥମର ଥର ପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ଧନୁଯାତ୍ରାର ସିଧାପ୍ରସାରଣ କରାଯିବ। ପୂର୍ବ ବର୍ଷମାନଙ୍କରେ ଧନୁଯାତ୍ରାରେ ଅଂଶଗ୍ରହଣ କରିଥିବା କଳାକାର ଓ ସେମାନଙ୍କ ପରିବାର ବର୍ଗଙ୍କୁ ସମ୍ମାନ ଏବଂ ସମ୍ୱର୍ଦ୍ଧନା କରାଯିବ।
Comments are closed.