Latest Odisha News

ପାଙ୍ଗୋଙ୍ଗ ହ୍ରଦରେ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି; ସାହସିକତା…

ଲଦାଖ: ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ କୂଳରେ ମରାଠା ଯୋଦ୍ଧା ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପିତ କରିଛି ଭାରତୀୟ ସେନା।୧୪,୩୦୦ ଫୁଟ ଉଚ୍ଚରେ ପ୍ରତିମୂର୍ତ୍ତି ସହିତ ମରାଠା ସାମ୍ରାଜ୍ୟର ପତାକା ମଧ୍ୟ ରଖାଯାଇଛି।

ଏହି କ୍ଷେତ୍ର ପୂର୍ବ ଲଦାଖ ସେକ୍ଟରରେ ଚୀନ୍ ସହିତ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ପାଖରେ ଅଛି। ସେନା ଅନୁଯାୟୀ, ଶିବାଜୀଙ୍କ ଏହି ପ୍ରତିମୂର୍ତ୍ତି ସାହସିକତା, ଦୂରଦୃଷ୍ଟି ଏବଂ ନ୍ୟାୟର ବିରାଟ ପ୍ରତୀକ, ଯାହା ଭାରତାୟ ସୈନିକ ମାନଙ୍କୁ ଅନେକ ପ୍ରେରଣା ଦେବ।

ଭାରତୀୟ ସେନାର କିଛି ସୈନିକ ମାନଙ୍କ ଉପସ୍ଥିତିରେ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଛି। ଏହାର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଛତ୍ରପତି ଶିବାଜୀ ଘୋଡା ଉପରେ ବସିଛନ୍ତି। ତାଙ୍କ ହାତରେ ଖଣ୍ଡା ରହିଥିବା ବେଳେ ପଛରେ ମରାଠା ସାମ୍ରାଜ୍ୟର ପତାକା ମଧ୍ୟ ଲାଗିଛି।

ଲେହ ସେନାର ୧୪ ତମ କୋର୍ ବାହିନୀର କହିବାନୁଯାୟୀ, ଭାରତୀୟ ଶାସକ ଛତ୍ରପତି ଶିବାଜୀଙ୍କ ଅବିସ୍ମରଣୀୟ ସ୍ମୃତିକୁ ପାଳନ କରିବା ଉଦ୍ଦେଶ୍ଯରେ ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚିତ କରାଯାଇଛି।

 

Comments are closed.