Latest Odisha News

ତୃତୀୟ ଥର ମଧ୍ଯ ଝିଅ ଜନ୍ମ ହେବାରୁ ପତ୍ନୀଙ୍କୁ ପେଟ୍ରୋଲ ପକାଇ ଜାଳିଦେଲେ

ମୁମ୍ବାଇ: ପତ୍ନୀ ତୃତୀୟ ଥର ମଧ୍ଯ ଝିଅ ଜନ୍ମ କରିବାରୁ ପେଟ୍ରୋଲ ପକାଇ ଜାଳିଦେଲା ସ୍ବାମୀ। ମହାରାଷ୍ଟ୍ରର ପରଭଣୀରେ ଗଙ୍ଗାଖେଡ ନାକା ଅଞ୍ଚଳରେ ୨୬ ଡିସେମ୍ବର ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଏହି ଦୃଶ୍ୟ ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି।

ମୃତକଙ୍କ ନାମ ମୈନା କାଲେ (୩୪)। ଏହି ଘଟଣା ସମ୍ପର୍କରେ ମୈନାଙ୍କ ଭଉଣୀ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଭଉଣୀଙ୍କ କହିବା ଅନୁଯାୟୀ ଅଭିଯୁକ୍ତ ସ୍ୱାମୀ କୁଣ୍ଡଲିକ୍ ଉତ୍ତମ କାଲେ ତାଙ୍କ ପତ୍ନୀଙ୍କୁ ବହୁ ସମୟରେ ଗାଳିଗୁଲଜ କରୁଥିଲେ। କାରଣ ତାଙ୍କର ତିନି ଝିଅ ଥିଲେ।

୨୬ ଡିସେମ୍ବର ରାତିରେ ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଯାହାପରେ ଉତକ୍ଷିପ୍ତ ସ୍ୱାମୀ ଏହିଭଳି କାଣ୍ଡ ଘଟାଇଥିଲେ। ତେବେ ନିଆଁ ଲାଗିବା ମାତ୍ରେ ମୈନା ଚିତ୍କାର କରି ଜୀବନ ବିକଳରେ ଦୌଡିବାକୁ ଲାଗିଥିଲେ କିନ୍ତୁ ପେଟ୍ରୋଲ ଯୋଗୁଁ ନିଆଁ ବହୁ ଶୀଘ୍ର ବ୍ୟାପି ଯାଇଥିଲା। ଏପରିକି ଲିଭାଇବା ମଧ୍ଯ କଷ୍ଟକର ହୋଇଯାଇଥିଲା।

ତେବେ ଏଥିରେ ମୈନା ପୁରା ଜଳି ଯାଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.