Latest Odisha News

ସ୍କାମରକୁ ଚକମା ଦେଖାଇଲେ ଯୁବକ: ନିଜ କୁକୁର ସହ କରାଇଲେ କଥା….

ମୁମ୍ବାଇ: ବର୍ତ୍ତମାନ ସମୟରେ ଏବେ ସାଇବର ଠକେଇର ପରିମାଣ ଏତେ ବଢିଗଲାଣି ଯେ, ଏହାର କଳନା କରିବା ବି ଅସମ୍ଭବ । କେତେବେଳେ କେଉଁ ପରିସ୍ଥିତି କିଏ ଆମକୁ କିପରି ଚୂନ ଲଗାଇବ ତାହା ଜାଣିବା ମୁସ୍କିଲ୍ । ଏଭଳି ସ୍ଥଳରେ ଗୋଟିଏ କାର୍ଯ୍ୟ ଯାହା ଆମେ କରିପାରିବା, ତାହା ହେଲା ସତର୍କତା ଅବଲମ୍ବନ ଏବଂ ସଜାଗ ରହିବା । ଯାହାର ଏକ ଉଦାହରଣ ଦେଖାଇଛନ୍ତି ଜଣେ ମୁମ୍ବାଇର ବ୍ୟକ୍ତି । କିପରି ନକଲି ପୋଲିସଙ୍କୁ ସେ ଚିହ୍ନଟ କରି ତାଙ୍କୁ ଚକମା ଦେଖାଇଛନ୍ତି । ଯାହାର ଏକ ମଜାଦାର ଭିଡିଓ ସେ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ତେବେ ଭିଡିଓଟିରେ, ଠକ ଜଣକ ନିଜକୁ ଅନ୍ଧେରୀ ଇଷ୍ଟ ପୋଲିସ ଷ୍ଟେସନର ଜଣେ ଅଧିକାରୀ ବୋଲି ଦାବି କରି ଉକ୍ତ ବ୍ୟକ୍ତିଙ୍କୁ କ୍ୟାମେରା ଆଗରେ ତାଙ୍କ ମୁହଁ ଦେଖାଇବାକୁ କହୁଛି । କିନ୍ତୁ ବ୍ୟକ୍ତି ଜଣଙ୍କ କଥା ମାନିବା ପରିବର୍ତ୍ତେ, ତାଙ୍କ ଛୋଟ କୁକୁର ଛୁଆକୁ ଉଠାଇ କ୍ୟାମେରା ସାମ୍ନାରେ ଧରି କହୁଛନ୍ତି, “ୟେ ନିଅନ୍ତୁ ସାର୍..ଆସିଗଲି ମୁଁ କ୍ୟାମେରା ଆଗକୁ…

ଆଉ ଏଭଳି ଅପ୍ରତ୍ୟାଶିତ ଉତ୍ତରରେ ଠକ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ପରେ ବ୍ୟକ୍ତିଜରଙ୍କ ତାଙ୍କୁ ପରିହାସ କରୁଛନ୍ତି ବୋଲି ସେ ଜାଣି ପାରି ୟଭୀତ ହୋଇ ହସି କଲ୍ ଟିକୁ କାଟି ଦେଇଥିଲା । କିନ୍ତୁ ଏହା ପରେ ବି ବ୍ୟକ୍ତି ଜଣଙ୍କ ତାଙ୍କୁ ନକଲି ବର୍ଦି କହି ପରିହାସ କରିଥିଲେ ।

ସିର୍ନି ମର୍ଟିନା ନାମକ ୟୁଜର୍ସ ଏହି ଭିଡିଓଟିକୁ ସେୟାର କରିଥିବା ବେଳେ ଏଥିରେ କ୍ୟାପସନ୍ ରଖଇଥିଲେ, ମୁମ୍ବାଇ ପୋଲିସ ଅଭିନୟ କରି ସ୍କାମ୍ କଲ ଫସର ଫାଟିଲା । ଯାହାର ଭିଡିଓ ଭାଇରାଲ ହେବା ପରେ ଉକ୍ତ ବ୍ୟକ୍ତିଙ୍କର ଉପସ୍ଥିତ ବୁଦ୍ଧିପାଇଁ ସମସ୍ତେ ତାଙ୍କୁ ପ୍ରଶଂସା କରିଛନ୍ତି ।

ତେବେ କହିରଖୁଛୁ, ମିଛରେ ପୋଲିସ ନାଟକ କରି ଏବେ ସ୍କାମରଙ୍କ ଲୁଟର ନୂଆ ଶୈଳୀ ହେଉଛି ‘ଡିଜିଟାଲ ଆରେଷ୍ଟ’ । ମିଛରେ ଲୋକଙ୍କୁ କେସ୍ ଏବଂ ବିଭିନ୍ନ କାରଣ ଦେଖାଇ ଟଙ୍କା ଲୁଟୁଛନ୍ତି, ଯାହାର ଏଭଳି ଏକ ମଜେଦାର ଜବାବ ଭାଇରାଲ ହେଉଛି ।

Comments are closed.