Latest Odisha News

ଆଜିଠୁ ଭାରତରେ କିଆ ସିରୋସର ବୁକିଂ ୨୫ହଜାର ଟଙ୍କାରୁ ହେଲା ଆରମ୍ଭ

ନୂଆଦିଲ୍ଲୀ: କିଆ ଇଣ୍ଡିଆର ବ୍ରାଣ୍ଡ୍ ନୂଆ ଏସୟୁଭି ସିରୋସର ବୁକିଂ ଆଜି ଅର୍ଥାତ୍ ୩ଜାନୁୟାରୀରୁ ବୁକିଂ ଆରମ୍ଭ ହୋଇଛି । ଆପଣ ଏହି କାରକୁ ଟୋକନ୍‌ ଅମାଉଣ୍ଟ ଭାବରେ ୨୫ହଜାର ଟଙ୍କା ଦେଇ ବୁକ୍‌ କରିପାରିବେ । ଏଥିପାଇଁ ଆପଣଙ୍କୁ କମ୍ପାନୀର ଅଫିସିଆଲ ୱେବସାଇଟ୍‌ ଅବା ନିକଟସ୍ଥ କିଆ ଶୋ’ରୁମକୁ ଯିବାକୁ ପଡ଼ିବ ।

ଆଶା କରାଯାଉଛି ପ୍ରାରମ୍ଭିକ ମୂଲ୍ୟ ୮.୫ ଲକ୍ଷ କିମ୍ବା ନଅ ଲକ୍ଷ ଟଙ୍କା ହୋଇପାରେ । ଖବର ଅନୁସାରେ, କିଆ ସିରୋସର ମୂଲ୍ୟ ଆଗାମୀ ଫେବୃଆରୀ୧ରେ ପ୍ରକାଶ ପାଇବ ଏବଂ ଆଗାମୀ ଦିନରେ ଡେଲିଭରି ମଧ୍ୟ ଆରମ୍ଭ ହେବ।

କିଆ ସିରୋସ କାର HTX, HTX+, HTX+ Optional, HTK, HTK Optional ଓ HTK+ରେ ଉପଲବ୍ଧ ହେବ । ଯାତ୍ରୀ ଓ ଡ୍ରାଇଭରଙ୍କ ସୁରକ୍ଷାକୁ ନଜରରେ ରଖି , କମ୍ପାନୀ ପକ୍ଷରୁ ଏହି କାରରେ Level 2 ADAS, ହିଲ୍‌ ଷ୍ଟାର୍ଟ ଆସିଷ୍ଟ, ଇଲେକଟ୍ରୋନିକ୍‌ ଷ୍ଟାବିଲିଟି କଣ୍ଟ୍ରୋଲ୍‌, ଛଅଟି ଏୟାରବ୍ୟାଗ୍‌, 360 ଡିଗ୍ରୀ ପାର୍କିଂ କ୍ୟାମେରା, ଫ୍ରଣ୍ଟ ପାର୍କିଂ ସେନ୍ସର ରହିଛି ।

କିଆ ସିରୋସରେ ଦୁଇଟି ଇଞ୍ଜିନ୍ ଅପସନ୍ ଅଛି, ଯେଉଁଥିରେ ୧.୦ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ୍ ୧୨୦PS ପାଓ୍ବର ଏବଂ ୧୭୨ ନ୍ୟୁଟନ୍ ମିଟର ଟର୍କ ଦେଇଥିବାବେଳେ ୧.୫ ଲିଟର ଡିଜେଲ ଇଞ୍ଜିନ ୧୧୬ PS ପାଓ୍ବର ଏବଂ ୨୫୦ ନ୍ୟୁଟନ୍ ମିଟର ଟର୍କ ଦେଉଛି । ଉଭୟ ଇଞ୍ଜିନ୍ ମାନୁଆଲ୍ ଏବଂ ସ୍ୱୟଂଚାଳିତ ଟ୍ରାନ୍ସମିସନ ସହିତ ଉପଲବ୍ଧ ହେବ ।

ଏଥିରେ ତିରିଶ-ଇଞ୍ଚର ପାନୋରୋମିକ୍‌ ଡୁଆଲ ସ୍କ୍ରିନ୍‌ ସେଟଅପ୍‌, ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଟଚସ୍କ୍ରିନ୍‌ ଇନଫୋଟେନମେଣ୍ଟ ସିଷ୍ଟମ ରହିବ । ଏହାବ୍ୟତୀତ କାରରେ ୱେୟାରଲେସ୍‌ ଚାର୍ଜର, ଦୁଇଟି USB ଚାର୍ଜିଂ ପୋର୍ଟ, ଭେଣ୍ଟିଲେଟେଡ୍‌ ଫ୍ରଣ୍ଟ, ରିଅର ସିଟ୍‌ ମିଳିବ । ଏଥୁସହ କାରରେ ଡୁଆଲ୍‌-ପ୍ୟାନେଲ ପାନାରୋମିକ୍‌ ସନରୁଫ୍‌ ମଧ୍ୟ ରହିବ ।

Comments are closed.