Latest Odisha News

ଜାନୁଆରୀ ୧୪ରୁ ପର୍ଯ୍ୟଟକଙ୍କୁ ଭିତରକନିକା ମନା

କେନ୍ଦ୍ରାପଡା: ଜାନୁଆରୀ ୧୪ରୁ ପର୍ଯ୍ୟଟକଙ୍କୁ ମନା ଭିତରକନିକା । କୁମ୍ଭୀର ଗଣନା ପାଇଁ ଆସନ୍ତା ୧୪ରୁ ୨୧ ତାରିଖ ଯାଏଁ ଭିତରକନିକା ବନ୍ଦ ରହିବ ନେଇ ସୂଚନା ଦେିଛନ୍ତି ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ।

ତେବେ ବସନ୍ତା ୧୪ ତାରିଖରୁ ଭିତରକନିକାରେ ଚଳିତ ବର୍ଷର ପ୍ରଥମ କୁମ୍ଭୀର ଗଣନା କରାଯିବ । ଆଉ ପ୍ରଥମ ଥର ପାଇଁ ଭିତରକନିକା ବାହାର ନଦୀ ନାଳରେ ମଧ୍ୟ କୁମ୍ଭୀର ଗଣନା କରାଯିବ । ଏଥିପାଇଁ ପର୍ଯ୍ୟଟକଙ୍କୁ ଆସନ୍ତା ୧୪ରୁ ଭିତରକନିକା ନଆସିବା ପାଇଁ ପରାମର୍ଶ ଦେଇଛନ୍ତି ଭିତରନିକା କର୍ତ୍ତୃପକ୍ଷ । ରାଜନଗରର ୪ଟି ବନ ରେଞ୍ଜରେ ଏହି କୁମ୍ଭୀର ଗଣନା କରାଯିବ। ବନ ଅଧିକାରୀ, ବନ୍ୟପ୍ରାଣୀ ଗବେଷକ ଏବଂ ସ୍ଥାନୀୟ ଲୋକଙ୍କୁ ନେଇ ଗଠିତ ୨୨ଟି ଟିମ୍ କୁମ୍ଭୀର ଗଣନା କାର୍ଯ୍ୟ ପାଇଁ ନିୟୋଜିତ ହେବେ ।

ସେହିପରି ଆସନ୍ତାକାଲି ଠାରୁ ବନ୍ଦ ହେଉଛି ସାତକୋଶିଆ ଅଭୟାରଣ୍ୟ । କୁମ୍ଭୀର ଏବଂ ପକ୍ଷୀ ଗଣନା ପାଇଁ ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କୁ ସାତକୋଶିଆ ମନା କରାଯାଇଛି । କୁମ୍ଭୀର ଗଣନା ପାଇଁ ୫ ତାରିଖ ଅପରାହ୍ଣରୁ ୯ ତାରିଖ ସକାଳ ପର୍ଯ୍ୟନ୍ତ ଏବଂ ପକ୍ଷୀ ଗଣନା ପାଇଁ ୧୭ ଏବଂ ୧୮ ତାରିଖ ପାଇଁ ମହାନଦୀରେ ବୋଟିଂ ବନ୍ଦ ରହିବ । ଏନେଇ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏପରିକି ନଦୀରେ ମାଛ ଧରିବା ପାଇଁ ମଧ୍ୟ ବାରଣ କରାଯାଇଛି । ତେବେ ଏହି ଗଣନା ପାଇଁ ବନ ବିଭାଗର ୧୪ ଟିମ୍ ନିୟୋଜିତ ହେବେ ।

Comments are closed.