ସମ୍ବଲପୁର: ଦୁଇ ବିଜେପି ନେତାଙ୍କୁ ଗାଡ଼ି ଚଢ଼ାଇଥିବା ଅଭିଯୁକ୍ତକୁ ରିମାଣ୍ଡରେ ନେବ ପୋଲିସ । ଅଭିଯୁକ୍ତ ପ୍ରସନ୍ନ ଜେନାମଣିକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କଲା ବୁର୍ଲା ପୋଲିସ । ଅଭିଯୁକ୍ତର ବୟାନରେ ତାଳମେଳ ନଥିବାରୁ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ଯୋଜନା କରିଛି ପୋଲିସ ।
ଅଭିଯୁକ୍ତ ଫୋନ ବ୍ୟବହାର କରୁ ନଥିବାରୁ ସନ୍ଦେହକୁ ଆହୁରି ବଢାଇଦେଇଛି । ଅଭିଯୁକ୍ତ ପ୍ରସନ୍ନ ଜେନାମଣି କାହିଁକି ଫୋନ ବ୍ୟବହାର କରୁନଥିଲା । ନା ହତ୍ୟା ପରେ ଫୋନକୁ ଫୋପାଡି ଦିଆଯାଇଛି କି ଏଭଳି କିଛି ଷଡ଼ଯନ୍ତ୍ର ହତ୍ୟାକାଣ୍ଡର ସତକୁ ଲୁଚାଇବାରେ ସାହାର୍ଯ୍ୟ କରୁଥିବା ନେଇ ସନ୍ଦେହ ଘେରକୁ ଟାଣି ଆଣିଛି ।
ତେଣୁ ଅଭିଯୁକ୍ତକୁ ରିମାଣ୍ଡରେ ନେଲା ପରେ ହତ୍ୟାକାଣ୍ଡର ଗୁମର ଖୋଲିବ କହିଛି ବୁର୍ଲା ପୋଲିସ ।
ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ୍ ଅଞ୍ଚଳର ୨ ଜଣ ବରିଷ୍ଠ ବିଜେପି ନେତା ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ କର୍ଡୋଲାର ପୂର୍ବତନ ସରପଞ୍ଚ ତଥା ଧନକଉଡ଼ା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା ସୀତା ଛୁରିଆଙ୍କ ସ୍ବାମୀ ମୁରଲୀଧର ଛୁରିଆଙ୍କୁ ହାଇୱା ଚଢ଼ାଇ ହତ୍ୟା କରିଥିଲା ଅଭିଯୁକ୍ତ ପ୍ରସନ୍ନ ଜେନାମଣି ।
Comments are closed.