ଭୁବନେଶ୍ୱର: ‘ଆୟୁଷ୍ମାନ ଭାରତ’ ଯୋଜନା କୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଜାନୁଆରୀ ନୁହେଁ ଫେବୃଆରୀରେ ଲାଗୁ କରାଯିବ ଏହି ଯୋଜନା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।
ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଲାଗୁ କରାଯିବା ନେଇ କ୍ୟାବିନେଟରେ ପାରିତ ହେବ । କ୍ୟାବିନେଟ୍ ପାରିତ ଓ ଏମଓୟୁ ସ୍ୱାକ୍ଷର ହେବା ପରେ ଯାଇ ଏହା ଲାଗୁ କରାଯିବ ।
ଆସନ୍ତା ୧୩ ତାରିଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହେବ । ଏମଓୟୁ ସ୍ୱାକ୍ଷରିତ ହେବା ପରେ କାର୍ଡ ପ୍ରିଣ୍ଟ ହୋଇ ଏହାପରେ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କରାଯିବ । ଫେବୃଆରୀରୁ ଲାଗୁ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରକାଶ କରିଛନ୍ତି ।