କଟକ: ମହାନଦୀ ପଠାରେ ଆଉ ହେବନି ଭୋଜି ଭାତ । ପିକନିକ୍ ଆୟୋଜନ ଉପରେ କଡ଼ା କଟକଣା ଲଗାଇଛି କଟକ ମହାନଗର ନିଗମ । ତେବେ ଏହି କଟକଣା ବୋଟିଂ କ୍ଲବ ଠାରୁ କଟକ-ଇନ୍-କଟକ ପର୍ଯ୍ୟନ୍ତ ଲାଗୁ କରାଯାଇଛି । ଏଥିସହିତ ତଳ ବାଲିଯାତ୍ରା ପଡ଼ିଆରୁ ଚହଟା ଛକ ଯାଏଁ ମଧ୍ୟ କଟକଣା ଜାରି ହୋଇଛି ।
ଲୋକେ ଭୋଜିଭାତ କରି ପ୍ଲାଷ୍ଟିକ୍, ପେପର, ଟିଣ, କାଚ ପରି ଅନେକ ଆବର୍ଜନା ଫିଙ୍ଗୁଛନ୍ତି । ଅତ୍ୟଧିକ ଆବର୍ଜନା ଜମା ହେବା ଓ ଏହାକୁ ସଫା କରିବା କଷ୍ଟସାଧ୍ୟ ହୋଇପଡୁଛି । ଫଳରେ ମହାନଦୀ ପଠା ଦୂଷିତ ହେବା ସହ ପବନରେ ଏହି ଆବର୍ଜନା ଉଡ଼ି ପାଣିରେ ମିଶୁଛି । ଯାହା କାରଣରୁ ମହାନୀ ଜଳ ମଧ୍ୟ ଦୂଷିତ ହେଉଛି ।
ତେବେ କେବେଳ ଭୋଜିଭାତକୁ ବାରଣ କରାଯାଇନାହିଁ । ନଦୀପଠାରେ ବିଭିନ୍ନ ଉତ୍ସବକୁ ମଧ୍ୟ ବାରଣ କରାଯାଇଥିବା କହିଛନ୍ତି ସିଏମସି କମିଶନର ଅନାମ ଚରଣ ପାତ୍ର ।