Latest Odisha News

BREAKING NEWS

ନମକିନ୍ ପ୍ୟାକେଟରୁ ମିଳିଲା ଏମିତି ଜିନିଷ, ଯାହାକୁ ଖାଇ ହସ୍ପିଟାଲରେ ନାବାଳିକା

ଭୋପାଲ: କୁରକୁରେ, ଚିପ୍ସ, ଭୁଜିଆ ଆଦି ଖାଦ୍ୟ କାହାକୁ ବା ଖାଇବାକୁ ଭଲ ନ ଲାଗେ । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏସବୁ ଖାଇବାର ସୌକିନ । ତେବେ ନିକଟରେ ଏକ ଏପରି ଖବର ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗୁଜୁରାଟର ଏକ ପ୍ରସିଦ୍ଧ କମ୍ପାନୀର ଏକ ନମକିନ୍ ପ୍ୟାକେଟରୁ ଏକ ମଲା ମୂଷା ମିଳିଛି । ଯାହାକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଏହି ନମକିନ୍ ଖାଇ ଜଣେ ଝିଅର ସ୍ଵସ୍ଥ୍ୟ ମଧ୍ୟ ଖରାପ ହୋଇଯାଇଛି ।

ସୂଚନା ଅନୁସାରେ, ଗୁଜୁରାଟ ସାବରକାଣ୍ଠା ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଘଟଣା । ନାବାଳିକା ଜଣଙ୍କ ଖୁସିରେ ଏକ ସ୍ନାକ୍ସ ପ୍ୟାକେଟ କିଣି ଆଣି ଖାଉଥିଲା । କିନ୍ତୁ ହଠାତ୍ ଝିଅଟିର ବାନ୍ତି ହେବା ସହ ଅସୁସ୍ଥ ହୋଇପଡିଥିଲେ । ପରିବାର ଲୋକ ନାବାଳିକାକୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ପ୍ୟାକେଟଟିକୁ ଖୋଲି ଦେଖିଲା ବେଳକୁ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ପ୍ୟାକେଟ ଭିତରେ ଏକ ମଲା ମୂଷା ଥିବା ଦେଖିଥିଲେ ପରିବାର ଲୋକେ । ନାବାଳିକା ଜଣକ ବର୍ତ୍ତମାନ ଡାଇରିଆ ୱାର୍ଡରେ ଚିକିତ୍ସିତ ହେଉଥିବା ବେଳେ ବିଶାକ୍ତ ଖାଦ୍ୟ କାରଣରୁ ଏପରି ହୋଇଥିବା ନେଇ କହିଛନ୍ତି ଡାକ୍ତର । ଏନେଇ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ । ଏତଲା ପରେ ଉକ୍ତ ନମକିନ୍ କମ୍ପାନୀ ବିରୋଧରେ ଖାଦ୍ୟ ଏବଂ ଔଷଧ ବିଭାଗ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ତେବେ ଏହା ପ୍ରଥମ ଘଟଣା ନୁହେଁ, ବିଗତ ଦିନରେ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି। କେତେବେଳେ ଆଇସକ୍ରିମ ରୁ କଟା ଆଙ୍ଗୁଳି ବାହାରୁଛି ତ କେତେବେଳେ ଚିକେନ ତରକାରୀରୁ ମଲା ମୂଷା ବାହାରୁଛି । ଏପରି ପରିସ୍ଥିତିରେ ଲୋକମାନେ ସଜାଗ ରହିବା ଜରୁରୀ ଅଟେ । କାରଣ ଯେତେବେଳେ ବି ଆପଣ ବଜାରରୁ କିଛି କିଣନ୍ତି, ଏହାକୁ ଖାଇବା ପୂର୍ବରୁ ପ୍ରତ୍ୟେକ ସମ୍ଭାବ୍ୟ ଉପାୟରେ ଥରେ ଯାଞ୍ଚ କରନ୍ତୁ । ଏହା ଅତ୍ୟନ୍ତ ଜରୁରୀ ଯେ ଆପଣ କିମ୍ବା ଆପଣଙ୍କ ପିଲାମାନେ ଖାଉଥିବା ଜିନିଷଗୁଡ଼ିକ ପରିଷ୍କାର ଏବଂ ସୁସ୍ଥ ରହିବା ଉଚିତ୍ । କାରଣ ଏକ ଛୋଟ ଅସାବଧାନତା ଆପଣଙ୍କ ପାଇଁ କିମ୍ବା ଆପଣଙ୍କ ପରିବାରର ସଦସ୍ୟ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ ।

Leave A Reply

Your email address will not be published.