Latest Odisha News

BREAKING NEWS

ଫେବୃଆରୀରେ ୨ ଦିନ ଦେଶବ୍ୟାପୀ ବ୍ୟାଙ୍କ ବନ୍ଦ ଡାକରା: ଜାଣନ୍ତୁ କେଉଁ କେଉଁ ଦିନ ବନ୍ଦ ରହିବ….

ନୂଆଦିଲ୍ଲୀ: ଫେବୃଆରୀରେ ଦୁଇ ଦିନ ଦେଶବ୍ୟାପୀ ବନ୍ଦ ରହିବ ବ୍ୟାଙ୍କ । ଆସନ୍ତା ଫେବୃଆରୀ ମାସରେ ସାରା ଦେଶରେ ବନ୍ଦ ରହିବ ପବ୍ଲିକ ସେକ୍ଟର ବ୍ୟାଙ୍କ (ପିଏସବି) ଦେବ । ଏଥିପାଇଁ ଆସନ୍ତା ମାସରେ ଦୁଇ ଦିନ ଅର୍ଥାତ୍ ଫେବୃଆରୀ ୨୪ ଓ ୨୫ ତାରିଖରେ ଦେଶବ୍ୟାପୀ ସର୍ବ ଭାରତୀୟ ଅଫିସର ମହାସଂଘ (ଏଆଇବିଓସି) ପକ୍ଷରୁ ଧର୍ମଘଟ ଡାକରା ଦିଆଯିବ । ବିଭିନ୍ନ ଦାବି ନେଇ ଏହି ଆନ୍ଦୋଳନ କରବା ନେଇ ଚାତାବନୀ ଦେିଛନ୍ତି ବ୍ୟାଙ୍କ ଅଧିକାରୀ ସଂଘ । ସେମାନଙ୍କର ଦାବି ପୂରଣ ନ ହେଲେ କାର୍ଯ୍ୟାନୁଷ୍ଠାନ ପୂର୍ବକ ପୂରା ଦେଶରେ ବ୍ୟାଙ୍କ ବନ୍ଦ ଡାକରା ଦେବେ ।

କ’ଣ ରହିଛି ଦାବି?

  • ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ପାଞ୍ଚ ଦିନିଆ କାର୍ଯ୍ୟସପ୍ତାହ ଦାବି କରିଛି ସଂଘ
  • ବ୍ୟାଙ୍କ ପାଇଁ ସମସ୍ତ କ୍ୟାଡରରେ ପର୍ଯ୍ୟାପ୍ତ ନିଯୁକ୍ତି
  • କାର୍ଯ୍ୟଦକ୍ଷତା ସମୀକ୍ଷା ଏବଂ ପିଏଲଆଇ ଉପରେ ଆର୍ଥିକ ସେବା ବିଭାଗର ସାମ୍ପ୍ରତିକ ନିର୍ଦ୍ଦେଶାବଳୀକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି ରହିଛି
  • ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କଗୁଡ଼ିକରେ କର୍ମଚାରୀ ଏବଂ ଅଧିକାରୀ ନିର୍ଦ୍ଦେଶକ ପଦବୀ ପୂରଣ
  • ଭାରତୀୟ ବ୍ୟାଙ୍କିଙ୍ଗ ସଂଘ (ଆଇବିଏ) ସହିତ ବିଚାରାଧୀନ ସମସ୍ତ ସମସ୍ୟାର ସମାଧାନ ଭଳି ଦାବି ରଖିଛି ସଂଘ ।

ତେବେ ଯଦି ଏହି ଦାବି ସବୁ ପୂରଣ ନହୁଏ ତାହାହେଲେ, ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ କନଫେଡେରେସନ ୟୁନିଅନ ଆସନ୍ତା ମାସ ୨୪ ଏବଂ ୨୫ରେ ଧର୍ମଘଟକୁ ଓହ୍ଲାଇବେ ।

Leave A Reply

Your email address will not be published.