ଲକ୍ଷ୍ନୌ : ମକର ସଂକ୍ରାନ୍ତି ଅବସରରେ ପ୍ରୟାଗରାଜରେ ହୋଇଛି ପ୍ରଥମ ଅମୃତ ବା ସାହି ସ୍ନାନ। ଅପରାହ୍ଣ ସୁଦ୍ଧା ପ୍ରାୟ ଅଢ଼େଇ କୋଟି ସାଧୁସନ୍ଥ କୁମ୍ଭମେଳାରେ ବୁଡ଼ ପକାଇଛନ୍ତି । ଖାଲି ସନାତନୀ ହିନ୍ଦୁ ନୁହନ୍ତି, ବହୁ ବିଦେଶୀ ଶ୍ରଦ୍ଧାଳୁ ମଧ୍ୟ ସଂଗମରେ ସ୍ନାନ କରି ପାଇଛନ୍ତି ଅନନ୍ୟ ଅନୁଭବ। ହୋମ ଯଜ୍ଞ ଓ ଆଳତି ସାଙ୍ଗକୁ ବେଦମନ୍ତ୍ରରେ ପ୍ରକମ୍ପିତ ହୋଇଛି ପ୍ରୟାଗରାଜ। ୧୪୪ ବର୍ଷ ପରେ ଏଥର ପୂର୍ଣ୍ଣକୁମ୍ଭ ଅନୁଷ୍ଠିତ ହେଉଛି । ମହାକୁମ୍ଭରେ ସ୍ନାନ କରିବା ଦ୍ବାରା ପାପରୁ ମୁକ୍ତି ସହ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି।
ପ୍ରୟାଗରାଜ ମହାକୁମ୍ଭର ପ୍ରଥମ ଅମୃତ ସ୍ନାନରେ ଦେଖିବାକୁ ମିଳିଛି ବହୁ ଅଲୌକିକ ଦୃଶ୍ୟ। ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ଆସି ଏଠାରେ ପହଞ୍ଚି ବୁଡ଼ ପକାଇଛନ୍ତି । ମହାକୁମ୍ଭରେ ଆଜି ମକର ସଂକ୍ରାନ୍ତି ଉପଲକ୍ଷେ ଅନୁଷ୍ଠିତ ହୋଇଛି ପ୍ରଥମ ଅମୃତ ବା ସାହି ସ୍ନାନ। ସାଧୁସନ୍ଥମାନେ ଆକର୍ଷଣୀୟ ପଟୁଆରରେ ଆସିଥିଲେ । ପ୍ରଥମେ ଭୋର୍ ୫ଟା ୧୫ ବେଳକୁ ବିଭିନ୍ନ ଆଖଡ଼ାର ସାଧୁସନ୍ଥଙ୍କ ସହ ଶ୍ରଦ୍ଧାଳୁଙ୍କ ସ୍ନାନ ଆରମ୍ଭ ହୋଇଥିଲା। ପ୍ରଥମେ ମହାନିର୍ବାଣୀ ଓ ଅଟଳ ଆଖଡ଼ା ସାଧୁମାନେ ବୁଡ଼ ପକାଇଥିଲେ। ତା’ପରେ ଅନ୍ୟ ଆଖଡ଼ା ଓ ଶ୍ରଦ୍ଧାଳୁଙ୍କୁ ସ୍ନାନ ଅନୁମତି ମିଳିଥିଲା। ଅପରାହ୍ଣ ସୁଦ୍ଧା ପ୍ରାୟ ଅଢ଼େଇ କୋଟି ସାଧୁସନ୍ଥ ଓ ସନ୍ୟାସୀ ବୁଡ଼ ପକାଇଥିବା ଜଣାଯାଇଛି । ମହାକୁମ୍ଭ ମେଳା ସମୟରେ ସ୍ନାନ କରିବା ଦ୍ବାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଥାଏ ।
୨୦୧୩ରେ ପ୍ରୟାଗରାଜରେ ପୂର୍ଣ୍ଣ କୁମ୍ଭ ମେଳା ହୋଇଥିଲା । ପ୍ରତି ୬ ବର୍ଷରେ ଅର୍ଦ୍ଧକୁମ୍ଭ ଓ ୧୨ ବର୍ଷରେ ଥର ପୂର୍ଣ୍ଣ କୁମ୍ଭମେଳା ହୁଏ । ୧୨ଟି ପୂର୍ଣ୍ଣକୁମ୍ଭ ଅର୍ଥାତ ୧୪୪ ବର୍ଷରେ ଥରେ ମହାକୁମ୍ଭ ଅନୁଷ୍ଠିତ ହୋଇଥାଏ । ଏହା ପୂର୍ବରୁ ୨୦୧୩ରେ ପ୍ରୟାଗରାଜରେ ପୂର୍ଣ୍ଣ କୁମ୍ଭ ମେଳା ଅନୁଷ୍ଠିତ ହୋଇଥିଲା । ପ୍ରତି ୬ ବର୍ଷରେ ଅର୍ଦ୍ଧକୁମ୍ଭ ଓ ୧୨ ବର୍ଷରେ ଥର ପୂର୍ଣ୍ଣ କୁମ୍ଭମେଳା ହୁଏ । ଏହିପରିଭାବେ ୧୨ଟି ପୂର୍ଣ୍ଣକୁମ୍ଭ ଅର୍ଥାତ ୧୪୪ ବର୍ଷରେ ଥରେ ମହାକୁମ୍ଭ ଅନୁଷ୍ଠିତ ହୋଇଥାଏ ।
ଆଜିର ସାହି ସ୍ନାନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା। ଗତକାଲି ପ୍ରାୟ ଦେଢ଼ କୋଟି ଲୋକ ମହାକୁମ୍ଭକୁ ଆସିଥିବା ବେଳେ ଆଜି ସୁଦ୍ଧା ମହାକୁମ୍ଭକୁ ଅଢ଼େଇ କୋଟି ଲୋକ ଆସିଛନ୍ତି। ଏଥର ମହାକୁମ୍ଭକୁ ୫୦ କୋଟିରୁ ଅଧିକ ଲୋକ ଆସିବେ ବୋଲି ପ୍ରଶାସନ ଆକଳନ କରିଛି ।