ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରୁ ଏକ କଳାବାଘର ଚମଡ଼ା ଜବତ କରାଯାଇଛି । ଏହି ବାଘ ଛାଲଟି ଦୁଇ ତିନି ମାସ ପୂର୍ବରୁ ଶିକାର କରାଯାଇଥିବା ନେଇ ସୂଚନା ରହିଛି । ଏନେଇ ଏଥିରେ ସମ୍ପୃକ୍ତ ୪ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ହେଲେ ଏହି କାରନାମାର ମାଷ୍ଟରମାଇଣ୍ଡ ଫେରାର ଅଛି ।
ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନ ଡୁକୁରା ବନ୍ୟପ୍ରାଣୀ ବନାଞ୍ଚଳର ବଣିଆଦର ୨ ଜଣ ଓ ଦୁବଲାଖୁଣ୍ଟା ଅଞ୍ଚଳରୁ
ପୂର୍ବରୁ ବାଘ ନଖ ଓ ଦାନ୍ତ ଜବତ ସହିତ ୨ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ବୟାନ ରେକର୍ଡ କରି ଏହି ବାଘଛାଲକୁ ଜବତ କରାଯାଇପାରିଛି । ଘଟଣାର ଅଧିକ ତଦନ୍ତ ଜାରିରହିଛି ।