କଟକ: ମାଟ୍ରିକ୍ ପରୀକ୍ଷାରେ ବାରମ୍ବାର ପ୍ରଶ୍ନ ପତ୍ର ଲିକ୍ ହେବା ଘଟଣା ଗତ କିଛି ବର୍ଷ ଶିକ୍ଷା ବିଭାଗର ଚିନ୍ତା ବଡେଇଥିବା ବେଳେ ଛାତ୍ରଛାତ୍ରଙ୍କ ଜୀବନକୁ ଭବିଷ୍ୟତକୁ ମଧ୍ୟ ବାଜିରେ ଲଗାଇଥିଲା । ଯାହାକୁ ନେଇ ଏବେ ଅଣ୍ଟା ଭିଡିଛି ନୂଆ ସରକାରଙ୍କ ଶିକ୍ଷା ବ୍ୟବସ୍ଥା । ପ୍ରଶ୍ନ ପତ୍ରକୁ କିପରି ସୁରକ୍ଷିତ ପିଲାଙ୍କ ପାଖରେ ପହଞ୍ଚାଯିବ ସେନେଇ ବିଏସଇ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ପ୍ରଶ୍ନ ପତ୍ରରେ ନମ୍ବରିଂ ଏବହ ବାରକୋଡ ଭଳି ବ୍ରବସ୍ଥା ଘୋଷଣା କରାଯାଇଥିବା ବେଳେ ଏବେ ପ୍ରଶ୍ନପତ୍ର ଯାଉଥିବା ବାକ୍ସରେ ବିଏସଇ ପକ୍ଷରୁ ଡିଜିଟାଲ ଲକର ବ୍ୟବସ୍ଥା କରାଯିବ ।
ପ୍ରଶ୍ନପତ୍ର ଲିକ୍ ସଙ୍କଟକୁ ଏଡାଇବା ପାଇଁ ଡିଜିଟାଲ ଲକର ବ୍ୟବସ୍ଥା ଆରମ୍ଭ କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଏନେଇ ସୂଚନା ଦେଇଛନ୍ତି ବିଏସଇ ଉପସଭାପତି ନିହାର ରଂଜନ ମହାନ୍ତି । ବୋର୍ଡରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଇବାକୁ ଥିବା ବାକ୍ସରେ ଏଣିକି ଡିଜିଟାଲ ଲକ ରହିବ । ୧୮୩ ଟି ସେଣ୍ଟରକୁ ଯିବାକୁ ଥିବା ପ୍ରଶ୍ନପତ୍ର ବାକ୍ସରେ ଲାଗିବ ଡିଜିଟାଲ ଲକର । ଆସନ୍ତା ୧୭ରେ ଓଏସଏସଟିଇଟିରେ ପ୍ରଥମ କରି ବ୍ୟବହାର କରାଯିବ । ଆଗାମୀ ଦିନରେ ମାଟ୍ରିକ ପରୀକ୍ଷାରେ ଏହି ବ୍ୟବସ୍ଥା ବ୍ୟବହାର କରାଯିବ ।
ତେବେ ବୋର୍ଡର ନୂଆ ନିୟମ ଅନୁଯାୟୀ, ଏଣିକି ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା-୨୦୨୫ର ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରୀକ୍ଷା ପାଇଁ ପ୍ରଶ୍ନପତ୍ର ନମ୍ବରିଂ ବ୍ୟବସ୍ଥା କରାଯିବ । ପ୍ରଶ୍ନପତ୍ରକୁ ନମ୍ବରିଂ କରାଯିବା ସହ ଏଥିରେ ୱାଟର ମାର୍କ ଲାଗିବ । ବାର୍ କୋର୍ଡ ସହ ସିକ୍ୟୁରିଟି କୋର୍ଡ ମଧ୍ୟ ରହିବ । ଫଳରେ ପ୍ରଶ୍ନପତ୍ର ଭାଇରାଲ୍ ହେଲେ, କେଉଁଠୁ ହୋଇଛି ତାହା ଜଣାପଡ଼ିବ ।
ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଫେବ୍ରୁଆରି ୨୧ ତାରିଖ ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ଯାଏଁ ଜାରି ରହିବ। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।