Latest Odisha News

BREAKING NEWS

ରଜନୀକାନ୍ତଙ୍କ ‘ଜେଲର ୨’; ବ୍ଲଡି ଲୁକରେ ୭୪ ବର୍ଷୀୟ ଅଭିନେତା

ଚେନ୍ନାଇ: ଅଭିନେତା ରଜନୀକାନ୍ତ ‘ଜେଲର ୨’ ଫିଲ୍ମ ସହିତ ଖୁବଶୀଘ୍ର ପରଦାକୁ ଆସିବାକୁ ଆସୁଛନ୍ତି। ଏହି ଫିଲ୍ମର ଟିଜର ରିଲିଜ୍ ହୋଇଯାଇଛି। ଏଥିରେ ରଜନୀକାନ୍ତ ଆକ୍ସନ ପୋଜରେ ନଜର ଆସିଛନ୍ତି। ୭୪ ବର୍ଷ ବୟସରେ ମଧ୍ୟ ସେ ପରଦାରେ ଧମାକାଦାର ଆକ୍ସନ ଦେଖାଇବେ।

୨୦୨୩ ମସିହାରେ ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ସିନେମା ହଲରେ ମୁକ୍ତିଲାଭ କରିଥିଲା। ଏହା ବକ୍ସ ଅଫିସରେ ବିପୁଳ ଆୟ ମଧ୍ଯ କରିଥିଲା। ଏବେ ନିର୍ମାତାମାନେ ‘ଜେଲର ୨’ ଆଣୁଛନ୍ତି। ପୋଙ୍ଗଲ ତଥା ମକର ସଂକ୍ରାନ୍ତି ଅବସରରେ ନିର୍ମାତାମାନେ ‘ଜେଲର ୨’ର ଟିଜର ରିଲିଜ କରିଥିଲେ।

ଟିଜରରେ ରଜନୀକାନ୍ତ ତାଙ୍କ ଲୋକପ୍ରିୟ ଶୈଳୀରେ ଚଷମା ପିନ୍ଧି ଶତ୍ରୁମାନଙ୍କ ସହ ଲଢୁଥିବାର ଦେଖାଯାଉଛି। ଗୋଟିଏ ହାତରେ ବନ୍ଧୁକ ଏବଂ ଅନ୍ୟ ହାତରେ ଖଣ୍ଡା ଧରି ରଜନୀକାନ୍ତ ଟିଜରରେ ସମସ୍ତଙ୍କ ହୃଦୟ ଜିତିଛନ୍ତି।

 

Comments are closed.