Latest Odisha News

‘ମାରବର୍ଗ’ ଭାଇରସ୍ ନେଲା ୮ଜୀବନ

ନୂଆଦିଲ୍ଲୀ: ଉତ୍ତର ତାଞ୍ଜାନିଆର ଏକ ଦୁର୍ଗମ ଅଞ୍ଚଳରେ ମାରବର୍ଗ ଭାଇରସରେ ୮ଜଣଙ୍କ ପ୍ରାଣ ଚାଲିଯାଇଛି । ବର୍ତ୍ତମାନ ମାରବର୍ଗ ପାଇଁ କୌଣସି ଚିକିତ୍ସା କିମ୍ବା ଟିକା ଉପଲବ୍ଧ ନାହିଁ । ପ୍ରଥମ ଥର ପାଇଁ ସେପ୍ଟେମ୍ବର ୨୭ରେ ରୱାଣ୍ଡାରେ ମାରବର୍ଗ ଭାଇରସ୍ ଦେଖାଯାଇଥିଲା । ଏହି ରୋଗରେ ମୋଟ ୬୬ଟି ମାମଲା ସମ୍ପର୍କରେ ସୂଚନା ମିଳିଥିଲା ଓ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଅଧନୋମ୍ ଘେବ୍ରେୟସସ୍ କହିଛନ୍ତି ଯେ, ତାଞ୍ଜାନିଆରେ ମାରବର୍ଗ ଭାଇରସ୍ ସଂକ୍ରମଣର ୯ଟି ମାମଲା ବିଷୟରେ ସୂଚନା ପାଇଛୁ, ସେଥିମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ଘଟିଛି । ମାରବର୍ଗ ଭୂତାଣୁ ବ୍ୟାପୁଥିବା ଲୋକଙ୍କ ଆଖିରୁ ରକ୍ତସ୍ରାବ ହେଉଥିବା କାରଣରୁ ଏହାକୁ ‘ବ୍ଲିଡିଂ ଆଇ’ ଭାଇରସ୍ ବୋଲି କୁହାଯାଉଛି। ମାରବର୍ଗ ଭୂତାଣୁ ବ୍ୟାପୁଥିବା ଲୋକଙ୍କ ଠାରୁ ରକ୍ତସ୍ରାବ ଅଧିକ ହେଇଥାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ଇବୋଲା ପରି ମାରବର୍ଗ ଜୀବାଣୁ ବାଦୁଡି ଠାରୁ ଉତ୍ପନ୍ନ ହୋଥାଏ ଓ ସଂକ୍ରମିତ ବ୍ୟକ୍ତିଙ୍କ ଶାରୀରରୁ ନିର୍ଗତ ରକ୍ତ, ଲାଳ କିମ୍ବା ପରିସ୍ରା ସହିତ ସିଧାସଳଖ ଯୋଗାଯୋଗ ମାଧ୍ୟମରେ ଏହା ଅନ୍ୟଜଣକୁ ବ୍ୟାପିଥାଏ। । ଯଦି ସଠିକ୍ ସମୟରେ ଚିକିତ୍ସା ନହୁଏ ତେବେ ମାରବର୍ଗ ରୋଗରେ ପୀଡ଼ିତ ୮୮ ପ୍ରତିଶତ ଲୋକଙ୍କ ପାଇଁ ଏହା ଘାତକ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ।

 

Leave A Reply

Your email address will not be published.