ରାଉରକେଲା: ରେଳ କର୍ମଚାରୀଙ୍କ ତ୍ରୁଟିରୁ ହୋଇଥିଲା ମାଲବାହୀ ଟ୍ରେନ୍ ଦୁର୍ଘଟଣା । ବାସନ୍ତୀ କଲୋନୀ ମାଲଗୋଦାମରେ ଟ୍ରେନ୍ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ରେଲୱେ ବିଭାଗ । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରେଲୱେ ଜେନେରାଲ ମ୍ୟାନେଜର । ତେବେ ପ୍ରାଥମିକ ତଦନ୍ତ ପରେ ଷ୍ଟେସନ ମ୍ୟାନେଜର ଓ ଟ୍ରେନ୍ ଡ୍ରାଇଭର୍ ନିଲମ୍ବନ କରିଛି ବିଭାଗ । ସେପଟେ ସ୍ନେଟିଂ କର୍ମଚାରୀଙ୍କୁ ନିଲମ୍ବନ କରି ତଦନ୍ତ କରୁଛି ରେଲୱେ ବିଭାଗ ।
ସୂଚନାଯୋଗ୍ୟ, ଗତକାଲି ରାଉରକେଲା ମାଲଗୋଦାମ ଅଞ୍ଚଳରେ ଭାରସାମ୍ୟ ହରାଇ ରେଲୱେ ଟ୍ରାକରୁ ଖସି ବସ୍ତି ଭିତରକୁ ପଶିଯାଇଥିଲା ମାଲବାହୀ ଟ୍ରେନ। ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇ ରେଲୱେ ପାଚେରୀ ଭାଙ୍ଗି ମାଲଗୋଦାମ ବସ୍ତି ଭିତକୁ ପଶିଆସିଥିଲା । ମାଲବାହୀ ଟ୍ରେନର ୪ ଟି ବଗି ରେଲୱେ ଟ୍ରାକରୁ ବାହାରକୁ ଆସି ବସ୍ତି ଭିତରକୁ ପଶିଆସିଥିଲା । ତେବେ ଏଥିରେ କେହି ମୃତାହତ ହୋଇ ନଥିବା ବେଳେ ଦୁଇଟି ଅଟୋ ଓ ୮ ଟି ଠେଲା ଭାଙ୍ଗି ଯାଇଥିଲା । ସୂଚନା ପାଇ ରେଲୱେ ଏଆରଏମଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଓ ରେଲୱେ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ।
Comments are closed.