ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ସଙ୍ଗୀତଜ୍ଞ ପ୍ରୀତମ ଚକ୍ରବର୍ତ୍ତୀଙ୍କ ଅଫିସରୁ ୪୦ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସେ ପୋଲିସରେ ଅଭିଯୋଗ କରିବାପରେ ଚୋରକୁ ଧରିବାକୁ ତଦନ୍ତ ଜାରି ରଖିଛି ପୋଲିସ ।
ପୋଲିସର ସୂଚନା ଅନୁଯାୟୀ, ଫେବୃଆରୀ ୪ ତାରିଖରେ ପ୍ରୀତମଙ୍କ କାର୍ଯ୍ୟାଳୟରୁ ୪୦ ଲକ୍ଷ ଟଙ୍କା ଚୋରି ହୋଇଛି । ଜଣେ କର୍ମଚାରୀ ପ୍ରୀତମଙ୍କ କାର୍ଯ୍ୟାଳୟକୁ ୪୦ ଲକ୍ଷ ଟଙ୍କା ଆଣି ତାଙ୍କ ମ୍ୟାନେଜର ବିନୀତ ଛେଡାଙ୍କୁ ଦେଇଥିଲେ । ଏହା ପରେ ମ୍ୟାନେଜର ଟଙ୍କାକୁ ଅଫିସରେ ରଖି କିଛି କାଗଜପତ୍ରରେ ପ୍ରୀତମର ଦସ୍ତଖତ ଆଣିବା ପାଇଁ ତାଙ୍କ ଘରକୁ ଯାଇଥିଲେ ।
ଏହା ପରେ ଆସି ଦେଖନ୍ତି ତ ଉକ୍ତ ସ୍ଥାନରେ ସେ ରଖିଥିବା ଟଙ୍କା ନାହିଁ । ଏନେଇ ସେ ପ୍ରଥମେ ଅଫିସ ବୟ ଆଶିଷ ସିଆଲଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ସେ ଫୋନ୍ ନଉଠାଇବା ସହ ଆଶିଷ ତାଙ୍କ ଫୋନ୍ ବନ୍ଦ କରିଦେଲେ । ଏହାପରେ ମ୍ୟାନେଜର ତାଙ୍କୁ ସନ୍ଦେହ କରିଥିଲେ । ଏହାପରେ ସେ ପ୍ରୀତମଙ୍କୁ ଏ ବିଷୟରେ ଜଣାଇଥିଲେ ।
ତେବେ ଘଟଣାରେ ତଦନ୍ତ ଜାରି ରହିଛି ଯଥାଶୀଘ୍ର ଚୋରକୁ ଖୋଜିବାକୁ ଚେଷ୍ଟା କରାଯାଉଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ।
Comments are closed.