ଯାଜପୁର: ଯଯାତି-୨୦୨୫ର ଉଦଘାଟନ ଉତ୍ସବରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ । ଉଦଘାଟନୀ ଉତ୍ସବରେ ସାମିଲ ହୋଇ ଯାଜପୁର ପାଇଁ ବଡ଼ ଘୋଷଣା କରିଛନ୍ତି । ଏହି ଅବସରରେ ଯାଜପୁରକୁ ୧ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
୫୦ କୋଟି ଟଙ୍କାରେ ମା’ ବିରଜା ମନ୍ଦିରର ଉନ୍ନତିକରଣ କରାଯିବ । ୩୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ନୂତନ ବସ୍ ଟର୍ମିନାଲ । ଏକ ହଜାର ସିଟ୍ ବିଶିଷ୍ଟ ଟାଉନ୍ ହଲ୍ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି ।
Comments are closed.