ଭୁବନେଶ୍ୱର: ରାଜ୍ୟରେ କମିବ ଶୀତ। ରାତି ତାପମାତ୍ରା ବୃଦ୍ଧି ସହ ଶୀତର ପ୍ରକୋପ କମିବା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦିନରେ ଖରା ପ୍ରକୋପ ବଢୁଛି। ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା କେତେକ ସ୍ଥାନରେ ୧୦ ଡିଗ୍ରୀ ତଳେ ରହିଛି। ଆସନ୍ତା ଦୁଇ ଦିନରେ ରାତିରେ ପାରଦ ଆଉ ୨ରୁ ୩ ଡିଗ୍ରୀ ବଢ଼ିବ। ଏହାପରେ ପୁଣି ୩ ଡିଗ୍ରୀ ଖସିଯିବ। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଏଭଳି ପୂର୍ବାନୁମାନ କରିଛି।
ସୋମବାର ୪ ସହରର ଦିନ ତାପମାତ୍ରା ୩୫ ଡିଗ୍ରୀ ଟପିଛି। ଅଧିକାଂଶ ସ୍ଥାନରେ ରାତିବେଳା ପାରଦ ବି ଉପରମୁହାଁ ହେଉଛି । ପାରାଦୀପରେ ୨୦.୪ ଓ ପୁରୀରେ ୨୨.୬ ଡିଗ୍ରୀ ସେଲସିୟସ୍ ରହିଥିଲା। ଝାରସୁଗୁଡ଼ାରେ ଦିନ ତାପମାତ୍ରା ୩୫.୬ ଡିଗ୍ରୀ ଥିଲା। ସୁନ୍ଦରଗଡ଼ରେ ୩୫.୪, ବଲାଙ୍ଗୀର ଓ ପାରଳାଖେମୁଣ୍ଡିରେ ୩୫.୨, ଅନୁଗୁଳରେ ୩୪.୭, ସୋନପୁରରେ ୩୪.୫, ହୀରାକୁଦରେ ୩୪.୧, ନୂଆପଡ଼ାରେ ୩୪, ଭଦ୍ରକ ଓ ଢେଙ୍କାନାଳରେ ୩୩.୮, ନବରଙ୍ଗପୁରରେ ୩୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ସେହିପରି ଫୁଲବାଣୀରେ ରାତି ତାପମାତ୍ରା ସବୁଠୁ କମ୍ ୯.୫ ଡିଗ୍ରୀ ରେକର୍ଡ ହୋଇଛି । ରାଉରକେଲାରେ ୯.୬, ଝାରସୁଗୁଡ଼ାରେ ୧୦.୨, ଅନୁଗୁଳ ଓ ଭବାନୀପାଟଣାରେ ୧୨, କେନ୍ଦୁଝରରେ ୧୩.୧, ହୀରାକୁଦରେ ୧୩.୩ ଓ ସୋନପୁରରେ ୧୩ ଡିଗ୍ରୀ ରେକର୍ଡ ହୋଇଥିଲା ।
Comments are closed.