Latest Odisha News

BREAKING NEWS

ଆଡଭାନ୍ସ ବୁକିଂରେ ରେକର୍ଡ ଭାଙ୍ଗୁଛି ‘ଛାବା’

ମୁମ୍ବାଇ: ଆସନ୍ତା ୧୪ ଫେବୃଆରୀରେ ରିଲିଜ୍ ହେବାକୁ ଯାଉଛି ଭିକି କୌଶଳ ଏବଂ ରଶ୍ମିକା ମନ୍ଦନାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଛାବା’। କିନ୍ତୁ ରିଲିଜ୍ ପୂର୍ବରୁ ବକ୍ସ ଅଫିସରେ ଏବେଠୁ ଧମାଲ କଲାଣି ଛାବା । ଆଡଭାନ୍ସ ବୁକିଂରେ ରେକର୍ଡ ଭାଙ୍ଗିବାରେ ଲାଗିଛି ଫିଲ୍ମଟି । ବର୍ତ୍ତମାନ ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ଫିଲ୍ମଟି ୫.୪୧ କୋଟି ଟଙ୍କା ରୋଜଗାର କରି ସାରିଲାଣି । ସେପଟେ କହିବାକୁ ଗଲେ ପୁରା ଦେଶରେ ଆଜି ସକାଳ ୬ ଟା ସୁଦ୍ଧା ଫିଲ୍ମର ୧ ଲକ୍ଷ ୪୮ ହଜାର ଟିକେଟ୍ ଆଡଭାନ୍ସ ବିକ୍ରି ସରିଛି ।

ନିର୍ଦ୍ଦେଶକ ଲକ୍ଷ୍ମଣ ଉତେକରଙ୍କ ଏହି ପିରିୟଡିକ ଡ୍ରାମା ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ସ୍ପଷ୍ଟ ଭାବରେ ଦେଖାଯାଉଛି। ବର୍ତ୍ତମାନ ଏହି ଫିଲ୍ମ ଆଡଭାନ୍ସ ବୁକିଂରେ ରେକର୍ଡ ଭାଙ୍ଗିଛି । ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଫିଲ୍ମଟି ୪.୨୪ କୋଟି ଟଙ୍କା ରୋଜଗାର କରିଛି। ହିନ୍ଦୀ 2D ଶୋ’ ପାଇଁ ଛାବାର ୧୪୫,୧୭୦ଟି ଟିକେଟ୍ ବିକ୍ରି ହୋଇସାରିଥିବା ବେଳେ IMAX 2D ସ୍କ୍ରିନିଂ ପାଇଁ ୨,୬୨୮ ଟିକେଟ୍ ବିକ୍ରି ସରିଛି । ସେହିପରି 4DX ଏବଂ ICE ଫର୍ମାଟରେ ୬୭୯ଟି ଟିକେଟ୍ ବିକ୍ରି ସରିଛି । ଯଦି ବୁକ୍ ହୋଇଥିବା ସିଟ୍ ମଧ୍ୟ ସାମିଲ କରାଯାଏ, ତେବେ ଫିଲ୍ମର ମୋଟ ଆଡଭାନ୍ସ କଲେକସନ ୫.୪୧ କୋଟି ଟଙ୍କାରେ ପହଞ୍ଚିବ। ଫିଲ୍ମଟିର ସର୍ବାଧିକ ବୁକିଂ ମହାରାଷ୍ଟ୍ରରେ ଦେଖାଯାଇଛି। ଏହା ବ୍ୟତୀତ ଦିଲ୍ଲୀ, କର୍ଣ୍ଣାଟକ, ଗୁଜରାଟ ଏବଂ ତେଲେଙ୍ଗାନାରେ ମଧ୍ୟ ଭଲ ବୁକିଂ ଦେଖିବାକୁ ମିଳିଛି।

ଏହି ଚଳଚ୍ଚିତ୍ରରେ ବିକି କୌଶଲ ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ମହାରାଜଙ୍କ ଜ୍ୟେଷ୍ଠପୁତ୍ର ଛତ୍ରପତି ସମ୍ୱାଜୀ ମହାରାଜ ଭୂମିକାରେ ନଜର ଆସିବେ। ତାଙ୍କ ପତ୍ନୀ ୟଶୁଭାଇ ଭୂମିକାରେ ଅଭିନୟ କରିବେ ରଶ୍ମିକା । ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର ଛାବା ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଯିଏକି ବିକି କୌଶଲଙ୍କ ସହ ଫିଲ୍ମ ‘ଜରା ହଟକେ ଜରା ବଚକେ’ ନିର୍ଦ୍ଦେଶନା ଦେଇଥିଲେ । ନିର୍ଦ୍ଦେଶକଙ୍କ ସହ ଏହା ବିକିଙ୍କ ଦ୍ୱିତୀୟ ଫିଲ୍ମ ହୋଇଥିବା ବେଳେ ଉଭୟଙ୍କ ସହ ରଶ୍ମିକାଙ୍କ ଏହା ପ୍ରଥମ ଫିଲ୍ମ । ଏହି ଚଳଚ୍ଚିତ୍ରରେ ଔରଙ୍ଗଜେବଙ୍କ ଭୂମିକାରେ ଅକ୍ଷୟ ଖନ୍ନା ନଜର ଆସିବେ । ଏହା ବ୍ୟତୀତ ଆଶୁତୋଷ ରାଣା, ବିନୀତ କୁମାର ସିଂହ, ଦିବ୍ୟା ଦତ୍ତା ଏବଂ ଡାଏନା ପେଣ୍ଟି ଭଳି କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

Comments are closed.