Latest Odisha News

BREAKING NEWS

ଚାମ୍ପିୟନ୍ସ ଟ୍ରଫିରୁ ଓହରିଲେ ବୁମରାହ, ଚୂଡାନ୍ତ ଦଳରେ ସାମିଲ ହେଲେ ହର୍ଷିତ

ନୂଆଦିଲ୍ଲୀ: ଆଘାତ ସମସ୍ୟା ଯୋଗୁ ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଓହରି ଯାଇଛନ୍ତି । ସେ ସମ୍ପୂର୍ଣ୍ଣ ଭାବେ ଫିଟ ହୋଇ ନ ଥିବାରୁ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛନ୍ତି । ତାଙ୍କ ସ୍ଥାନରେ ହର୍ଷିତ ରାଣା ସାମିଲ ହୋଇଛନ୍ତି । ଫେବୃୟାରୀ ୧୧ ସୁଦ୍ଧା ଟିମରେ ପରିବର୍ତନ କରିବା ପାଇଁ ଡେଡଲାଇନ ରଖା ଯାଇଥିଲା । ବୁମରାହ ସହ ଯଶସ୍ୱୀ ଜୈସୱାଲଙ୍କୁ ମଧ୍ୟ ଏହି ଦଳରୁ ବାଦ ଦିଆଯାଇଛି । ଯଶସ୍ୱୀଙ୍କ ସ୍ଥାନରେ ବରୁଣ ଚକ୍ରବର୍ତିଙ୍କୁ ସାମିଲ କରାଯାଇଛି । ଯଶସ୍ୱୀ, ଶିବମ ଦୁବେ ଓ ମହମ୍ମଦ ସିରାଜ ରିଜର୍ଭ ଖେଳାଳି ଭାବେ ଦଳ ସହିତ ରହିବେ ।

ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ଅବସରରେ ବୁମରାହ ଆଘାତପ୍ରାପ୍ତ ହୋଇଥିଲେ । ଏହା ପରେ ତାଙ୍କୁ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ମଧ୍ୟ ବିଶ୍ରାମ ଦିଆ ଯାଇଥିଲା । ଚାମ୍ପିୟନ୍ସ ଟ୍ରଫିରେ ଭାରତ ଫେବୃୟାରୀ ୨୦ରେ ବାଂଲାଦେଶ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଏହା ପରେ ୨୩ରେ ପାକିସ୍ତାନକୁ, ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡକୁ ଭେଟିବ । ପାକିସ୍ତାନ ଏହି ଟୁର୍ଣ୍ଣାମେଂଟର ଆୟୋଜକ ଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ ।

ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାଶ ଆୟାର, କେଏଲ ରାହୁଲ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ହର୍ଷିତ ରାଣା, ମହମ୍ମଦ ସାମୀ, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତି ଓ କୂଲଦୀପ ଯାଦବ ।

Comments are closed.